କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ : ନିରଞ୍ଜନ ମିଶ୍ର

Published By : Prameya-News7 Bureau | June 21, 2021 IST

ଭୁବନେଶ୍ବର ୨୧।୬: ଷ୍ଟେରଏଡ୍ ବ୍ୟବହାର ନେଇ କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଉପରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି କେନ୍ଦ୍ର ସରକାରଙ୍କର ଯେଉଁ ନୂଆ ଗାଇଡ୍ ଲାଇନ୍ ଆସିଛି ସେହି ଅନୁଯାୟୀ ଷ୍ଟେରଏଡ ବ୍ୟବହାର ହେବ । ଆମର ବି ଯେଉଁମାନଙ୍କର ଅକ୍ସିଜେନ ଆବଶ୍ୟକତା ରହୁଛି ସେହିମାନଙ୍କ କ୍ଷେତ୍ରରେ ଷ୍ଟେରଏଡ ବ୍ୟବହାର ହେଉଛି ।  

ଅକ୍ସଫୋର୍ଡ ଷ୍ଟଡି ବି ଏହି ସମାନ କଥା କହୁଛି । ଷ୍ଟେରଏଡ ବ୍ୟବହାରର ଭଲ ପ୍ରଭାବ ରହିଛି ଓ ଖରାପ ପ୍ରଭାବ ବି ରହିଛି । ପୂର୍ବରୁ ଏହାକୁ ମଧ୍ୟ ବ୍ୟବହାର କରାଯାଉଥିଲା ଏହା ନୂଆ ନୁହେଁ । ମାତ୍ର ବର୍ତ୍ତମାନ କୋଭିଡରେ ଏହାର ଆବଶ୍ୟକତା କେବଳ ଯେଉଁମାନେ ମଧ୍ୟମରୁ ଗୁରୁତର ରୋଗୀମାନଙ୍କ କ୍ଷେତ୍ରରେ ରହିଛି । ତେଣୁ ସେହିମାନଙ୍କ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଉଛି ବୋଲି ନିରଞ୍ଜନ ମିଶ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.