ନାବାଳିକାକୁ ଦୁଷ୍କର୍ମ ପରେ ଦଲାଲ ହାତରେ ବିକିଦେଲା ସାବତ ବାପା, ମାଆ ବି ଏହି କାମରେ କରୁଥିଲା ସାହାର୍ଯ୍ୟ

Published By : Prameya-News7 Bureau | January 18, 2019 IST

ପାନିପଥ ୧୮/୧- ମଣିଷ ପୁଣି ଏତେ ତଳକୁ ଖସିଯାଇପାରେ । ସାବତ ବାପ କେଜାଣି ନିଜର ନୁହଁ, ହେଲେ ମାଆ ତ ଅନ୍ତ ଫାଡ଼ି ଜନ୍ମ କରିଛି ତାକୁ । ଏମିତି କେମିତି କରିପାରିଲା ମାଆ, ବାପା ବୋଲି ପରିଚୟ ଦେଇ ମାଆ ପାଖରେ ରହିଥିବା ସାବତ ବାପା । ନାବାଳିକା ଝିଅକୁ ନଜରବନ୍ଧୀ କରି ରଖିଥିବା ଝିଅକୁ ବାଲ୍ କଲ୍ୟାଣ ସମିତି ଉଦ୍ଧାର କଲାପରେ ସାମନାକୁ ଆସିଛି ଏହିଭଳି ଘଟଣା ।

ଘଟଣାଘଟିଛି  ପାନିପଥ ବିରାଟ ନଗର ଅଂଚଳରେ । ନାବାଳିକା ଝିଅ ମେନକା  ଆଣିଛି ଏହିଭଳି ଚାଂଚଲ୍ୟକର ଘଟଣା । ମେନକା ମାଆଙ୍କ ସହ ରହୁଥିଲା । ମାଆଙ୍କ ପାଖରେ ରହୁଥିବା ମୁକେଶ ନାମକ ଜଣେ ଲୋକକୁ ମାଆ ମୂଳରୁ ତାର ବାପା ବୋଲି ଚିହ୍ନେଇଥିଲା । ଫଳରେ ମେନକା ମୁକେଶକୁ ବାପା ବୋଲି ଡ଼ାକୁଥିଲା । ମେନକା ଜାଣି ନଥିଲା ସେ ତାର ସାବତ ବାପା ବୋଲି । ମେନକା ଟିକେ ବଡ଼ ହେଲାପରେ ଆରମ୍ଭ ହୋଇଥିଲା ଅକଥନୀୟ ଯୌନ ଉତ୍ପୀଡ଼ନ । ଏହିକଥା କାହାକୁ କହିପାରୁ ନ ଥିଲା । କାରଣ ଏହି କାମରେ ତା ମାଆ ମଧ୍ୟ ସମର୍ଥନ କରୁଥିଲା । କିଛିଦିନ ପରେ ଯେତେବେଳେ ଅଧିକରୁ ଅଧିକ ମାଆ-ବାପା ମିଶି ଯୌନ ନିର୍ଯ୍ୟାତନା  ଅଧିକ ଦେଲେ, ଶେଷରେ ପାଟି ଖୋଲିଥିଲା ମେନକା ।

ଏ ବାବଦରେ ପଡ଼ୋଶୀଙ୍କୁ କହିଥିଲା ମେନକା । ପଡ଼ୋଶୀମାନେ ମୁକେଶ ତା ବାପା ନୁହେଁ ବୋଲି ମଧ୍ୟ କହିଥିଲେ । କିଛି ଦିନପରେ ମେନକା କୁ ଆଉ ବାହାରକୁ ବି ଛାଡ଼ି ନଥିଲେ । ଶେଷରେ ମେନକାକୁ ୧.୫ଲକ୍ଷ ଟଂକାରେ ବିକ୍ରି କରିବାକୁ ଯୋଜନା କରୁଥିଲା ବେଳେ ବାଲ କଲ୍ୟାଣ ସମିତି ଉଦ୍ଧାର କରିଥିଲା ।

ଏହି ଘଟଣାରେ ମେନକାଙ୍କ ପଡ଼ୋଶୀ ଲୋକ ଗୁପ୍ତରେ ବାଲ କଲ୍ୟାଣ ସମିତିକୁ କହିଥିଲେ । ବାଲ ବିକାଶ ସମିତି ଠିକଣା ସମୟରେ ପହଂଚି ନାବାଳିକାକୁ ଉଦ୍ଧାର କରିଥିଲା । ଉଦ୍ଧାର କଲାପରେ ମେନକା ଦେଇଥିଲା ଚାଂଚଲ୍ୟକର ତଥ୍ୟ ।

ସାବତ ବାପା ସବୁବେଳେ କରୁଥିଲେ ଦୁଷ୍କର୍ମ । ଏହି କାମରେ ମାଆ ବି ସାହାର୍ଯ୍ୟ କରୁଥିଲେ । ଯଦି ସେ ଏଥିରେ ଅମଙ୍ଗ ହେଉଥିଲା ଉଭୟ ମାଆ ଓ ବାପା ମିଶି ତାକୁ ପିଟୁଥିଲେ । ଏହିକାମରେ ସହଯୋଗ କରୁ ନଥିଲେ ଅକଥନୀୟ ଅତ୍ୟାଚାର କରୁଥିଲେ । ଅନେକ ସମୟରେ ଖାଇବାକୁ ବି ଦେଉ ନ ଥିଲେ ବୋଲି ମେନକା ବାଲ କଲ୍ୟାଣ ସମିତି କର୍ମକର୍ତ୍ତାଙ୍କ ଆଗରେ ପ୍ରକାଶ କରିଥିଲା ।

ବାଲ କଲ୍ୟାଣ ସମିତି ନାବାଳିକାକୁ ନେଇ ଥାନାରେ ଏତାଲା ଦେଇଛନ୍ତି । ମାମଲା ରୁଜୁକରି ପୋଲିସ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.