କେନ୍ଦ୍ରାପଡାରେ ଷ୍ଟିଲ୍ ପ୍ଲାଣ୍ଟ: ସମୃଦ୍ଧ ହେବ ଜିଲ୍ଲା, ଶ୍ରେୟ ପାଇଁ ବିଜେପି-ବିଜେଡି ମଧ୍ୟରେ ରାଜନୀତି ଆରମ୍ଭ

Published By : Prameya-News7 Bureau | December 18, 2021 IST

କେନ୍ଦ୍ରାପଡା/ଭୁନବେଶ୍ଵର ୧୮।୧୨: ଶିଳ୍ପ ସମୃଦ୍ଧ ହେବ କେନ୍ଦ୍ରାପଡ଼ା ଜିଲ୍ଲା। ମହାକାଳପଡାରେ  ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ପ୍ରତିଷ୍ଠା କରିବ ସମନ୍ବିତ ଷ୍ଟିଲ ପ୍ଲାଣ୍ଟ । ଲକ୍ଷେ କୋଟି ଟଙ୍କା ପୁଞ୍ଜି ନିବେଶରେ ଦେଶର ସବୁଠୁ ବଡ କରିବ ସମନ୍ବିତ ଷ୍ଟିଲ ପ୍ଲାଣ୍ଟ ଲାଗି ରାଜ୍ୟ ସରକାରଙ୍କ  ମଞ୍ଜୁରୀ ପରେ  କେନ୍ଦ୍ରାପଡାରେ ଖେଳିଯାଇଛି ଖୁସିର ଲହରୀ  । ସେପଟେ କାରଖାନା ପ୍ରତିଷ୍ଠାକୁ ନେଇ ଆରମ୍ଭ ହୋଇଛି ଶ୍ରେୟ ରାଜନୀତି । କେନ୍ଦ୍ର ଓ ରାଜ୍ୟର ସରକାରଙ୍କ ଉଦ୍ୟମରେ କାରଖାନା ହେଉଥିବା ନେଇ ଦାବି କରିଛନ୍ତି ଉଭୟ ବିଜେପି ଓ ବିଜେଡି ନେତା ।

ଶିଳ୍ପ ମାନଚିତ୍ରରେ ସ୍ଥାନ ପାଇବ କେନ୍ଦ୍ରାପଡା । ଧୋଇଆ ଅଞ୍ଚଳରେ ହସିବ ଶିଳ୍ଫ । ମହାକାଳପଡାର ଏହି ଅଞ୍ଚଳରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ ସମନ୍ବିତ ଷ୍ଟିଲ ପ୍ଲାଣ୍ଟ । ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶ କରି ୨୪ ନିୟୁତ ଟନ୍ କ୍ଷମତାସମ୍ପନ୍ନ ସମନ୍ବିତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ ଆର୍ସେଲର ମିତ୍ତଲ ।  ଏହି ପ୍ଲାଣ୍ଟରୁ ବାର୍ଷିକ ୧୮.୭୫ ମେଟ୍ରିକ୍ ଟନ୍ ସିମେଣ୍ଟ ଉତ୍ପାଦନ କରିବାର କ୍ଷମତା ପ୍ରାପ୍ତ ହେବ । ଯାହା ଏହି କାରଖାନାକୁ ଦେଶର ଅନ୍ୟତମ ସର୍ବବୃହତ ସିମେଣ୍ଟ କାରଖାନାରେ ପରିଣତ ହେବା ସହ ଅଂଚଳର ଭିତ୍ତିଭୂମିର ବିକାଶକୁ ତ୍ବରାନ୍ବିତ କରିବାରେ ସହାୟକ ହେବ । ପ୍ରାୟ ୧୬ ହଜାର ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିବା ପରେ ମହାକାଳପଡା ସମତେ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

{"id":561573,"sizeSlug":"full","linkDestination":"none"}

କେନ୍ଦ୍ରାପଡା ଜିଲ୍ଲାରେ ପ୍ରସ୍ତାବିତ ସର୍ବବୃହତ ଇସ୍ପାତ୍ କାରଖାନା ଓଡ଼ିଶାର ବିକାଶରେ ନୂଆ ଅଧ୍ୟାୟ ଖୋଲିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆର୍ସେଲର ମିତଲ ନିପନ୍ ଷ୍ଟିଲ କମ୍ପାନିକୁ ଓଡ଼ିଶା ସରକାରଙ୍କ ଆବଶ୍ୟକ ଅନୁମତି ପ୍ରଦାନ ନେଇ ସେ ଖୁସିବ୍ୟକ୍ତ କରିଛନ୍ତି । ଇସ୍ପାତ୍ ମନ୍ତ୍ରୀ ଥିବା ସମୟରେ ବିଭିନ୍ନ ସମୟରେ ଆର୍ସଲେର ମିତଲର ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମେ ୨୦୧୯ ଡିସେମ୍ବର ୧୪, ପରେ ୨୦୨୦ ଫେବୃୟାରୀ ୨୫, ଅଗଷ୍ଟ ୮ ଏବଂ ଚଳିତ ବର୍ଷ ମାର୍ଚ୍ଚ ୨ ତାରିଖରେ ଏନେଇ ଆଲୋଚନା କରିଥିଲେ । ଆଲୋଚନା ସମୟରେ କେନ୍ଦ୍ରାପଡ଼ାରେ ସର୍ବବୃହତ ଇସ୍ପାତ୍ କାରଖାନା ନିର୍ମାଣ ପାଇଁ ଯୋଜନା ଆରମ୍ଭ ହୋଇଥିଲା । ଏହା ଦ୍ବାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ଏବଂ ଆତ୍ମନିର୍ଭର ଭାରତ କଳ୍ପନା ସାକାର ହେବ ବୋଲି ଟୁଇଟ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

{"id":561574,"sizeSlug":"full","linkDestination":"none"}

ବିଶ୍ବ ବ୍ୟାଙ୍କର ଇଜ୍ ଅଫ୍ ଡୁଇଂ ବିଜନେସ ତାଲିକାରେ ଭାରତର ଉନ୍ନତ ପ୍ରଦର୍ଶନ ଦେଶରେ ବ୍ୟାପକ ପୁଞ୍ଜି ନିବେଶର ପଥ ସୁଗମ ହୋଇଛି । ସେହିପରି ୨୦୨୦ ଡିସେମ୍ବର ୨୦ରେ  5T ସଚିବ ଭି.କେ. ପାଣ୍ଡିଆନ, ସେତେବେଳର ମୁଖ୍ୟ ଶାସନ ସଚିବ ଅସିତି ତ୍ରିପାଠି ମହାକାଳପଡାର ଆଖଡାଶାଳ ଠାରେ ପ୍ରସ୍ତାବିତ ନଦୀ ଭିତିକ ବନ୍ଦର ସ୍ଥାନ ବୁଲି ଦେଖିଥିଲେ । ଚଳିତବର୍ଷ ଜୁଲାଇ ୧୪ରେ  ତାରିଖ ଦିନ ,ମହାକାଳପଡା ଅଂଚଳର ବତୀଘର ,ଖରନାସୀ , ନିପାଣିଆ, ବଡଟୁବି , ସାନ ଟୁବି , ସରଳିକୁଦ, ଅଂଚଳର ସ୍ଥାନୀୟ ପ୍ରଶାସନ ,ବନ ବିଭାଗ, ଓ ଆର୍ସଲେର ମିତଲ କମ୍ପାନି କର୍ମକତା ଗ୍ରସ୍ତ କରି ଅଂଚଳର ବୁଲି ଦେଖିଥିଲେ। ଅଗଷ୍ଟ ୨୧ରେ ନିଜେ ଲକ୍ଷ୍ମି ନାରାୟଣ ମିତଲ ପାରଦ୍ବିପରୁ ସ୍ବତନ୍ତ୍ର ବୋଟ ଯୋଗେ ଗ୍ରସ୍ତ କରିବା ପରେ ଲୋକ ମାନଙ୍କ ଆଶା ଦି ଗୁଣିତ କରିଥିଲା । ଏବେ ଏହି ପ୍ରକଲ୍ଫରେ ରାଜନୈତିକ ଶ୍ରେୟ ନେବା ପ୍ରୟାସ ଆରମ୍ଭ ହୋଇଛି ।

ବିଜେପି କେନ୍ଦ୍ର ସରକାରଙ୍କୁ ଶ୍ରେୟ ଦେଇ ଥିବା ବେଳେ ରାଜ୍ୟ ସରକାରଙ୍କ ଉଦ୍ୟମ ଯୋଗୁଁ ଏହା ସଫଳ ହୋଇଛି ବୋଲି ଯୁକ୍ତି ବାଢିଛି ବିଜେଡି ।  କଂଗ୍ରେସ କହିଛି ଉଭୟ କେନ୍ଦ୍ର ଓ ରାଜ୍ୟ ସହମତିରେ ହିଁ ବଡ ଶିଳ୍ଫ ପ୍ରତିଷ୍ଠା ହୋଇପାରିବ । ତେଣୁ ଶ୍ରେୟ ପଛରେ ନଗୋଡାଇ କିପରି ଠିକ ସମୟରେ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ସେନେଇ ଦୁଇ ଦଳ ପ୍ରୟାସ କରିବା ଦରକାର ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆରସିଏଲ ମିତ୍ତଲଙ୍କ ଉପସ୍ଥିତିରେ ମାର୍ଚ ୪ ରେ ଚୁକ୍ତି ସ୍ବାକ୍ଷରିତ ହୋଇଥିବା ଏହି ବୃହତ ପ୍ରକଳ୍ପ ପର୍ଯ୍ୟାୟ କ୍ରମେ ୭ବର୍ଷରେ ସମ୍ପୂର୍ଣ୍ଣ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.