କରୋନା ମୁକାବିଲାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ଯୋଗଦାନ: ଇସ୍ପାତ୍ କାରଖାନାରୁ ଦେଶର ବିଭିନ୍ନ ମେଡିକାଲ୍‌କୁ ଯୋଗାଇଲେ ୭୨ହଜାର ଟନରୁ ଅଧିକ ଅକ୍ସିଜେନ୍

Published By : Prameya-News7 Bureau | December 03, 2020 IST

ପ୍ରଧାନମନ୍ତ୍ରୀଙ୍କ କରୋନା ମୁକାବିଲାରେ କେନ୍ଦ୍ର ଇସ୍ପାତ୍ ମନ୍ତ୍ରୀ ଭାବରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ଯୋଗଦାନ। ଦେଶର ଇସ୍ପାତ୍ କାରଖାନାରୁ ବିଭିନ୍ନ ଡାକ୍ତରଖାନାକୁ ଯୋଗାଗଲା ୭୨ହଜାର ଟନରୁ ଅଧିକ ମେଡିକାଲ୍ ଅକ୍ସିଜେନ୍।

ଦେଶର ବିଭିନ୍ନ ଇସ୍ପାତ୍ କାରଖାନାରୁ ଦେଶର ବିଭିନ୍ନ ମେଡିକାଲ୍‌କୁ ଯୋଗାଗଲା ୭୨ହଜାର ଟନରୁ ଅଧିକ ମେଡିକାଲ୍ ଅକ୍ସିଜେନ୍। କୋଭିଡ୍ ରୋଗୀଙ୍କ ଶ୍ବାସ ସମସ୍ୟା ଥିଲେ ମେଡ଼ିକାଲ ଅକ୍ସିଜେନ୍ ବ୍ୟବହାର କରାଯାଇଥାଏ। ଇସ୍ପାତ ଶିଳ୍ପ ଅକ୍ସିଜେନ୍ ଉତ୍ପାଦନ ପ୍ରକ୍ରିୟା ସହ ଜଡିତ ଥିବାରୁ ପ୍ରଧାନମନ୍ତ୍ରୀ ଅକ୍ସିଜେନ୍ ଯୋଗାଣ ନେଇ ପରାମର୍ଶ ଦେଇଥିଲେ। ସ୍ବଳ୍ପ ସମୟରେ ମଧ୍ୟରେ ଅକ୍ସିଜେନ ଯୋଗାଣ ବୃଦ୍ଧି କରିବାର ଥିଲା ବଡ଼ ଚାଲେଞ୍ଜ। ତେବେ ଏହାକୁ ଗ୍ରହଣ କରିଥିଲେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ। ନଭେମ୍ବର ଶେଷ ସୁଦ୍ଧା ଏଥିରେ ଆଶାଜନକ ସଫଳତା ମିଳିଛି।

{"id":372091,"sizeSlug":"large"}

କରୋନା ମୁକାବିଲାରେ ଦେଶର ବୃହତମ ଇସ୍ପାତ୍ କମ୍ପାନୀ ସେଲ୍, ଆରଆଇଏନଏଲ, ଜେଏସପିଏଲ, ଜେଏସଡବ୍ଲୁ ଷ୍ଟିଲ ଓ ଟାଟା ଷ୍ଟିଲ୍ ହତା ବଢାଇଛନ୍ତି। ବିଭିନ୍ନ ରାଜ୍ୟରେ ସଂଗରୋଧ ୱାର୍ଡ୍, ପରୀକ୍ଷଣ ସୁବିଧା କେନ୍ଦ୍ର ସ୍ଥାପନ କରିବା ସହ ଖାଦ୍ୟ ସାମଗ୍ରୀ, ମାସ୍କ, ସାନିଟାଇଜର ଇତ୍ୟାଦି ବଂଟନ କରିଛନ୍ତି। ପିଏମ କେୟାର୍ସ ଫଣ୍ଡରୁ ଆତ୍ମନିର୍ଭର ଭାରତ ପ୍ୟାକେଜ୍, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା, କୋଭିଡ୍ -୧୯ ବିରୋଧରେ ଜନଆନ୍ଦୋଳନ ଓ କୋଭିଡ୍-୧୯ ଟୀକାର ବିକାଶ ନିମନ୍ତେ ଉଦ୍ୟମ କରିବାର ଅଗ୍ରଣୀ ନେତୃତ୍ବ ନେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାକୁ ସଫଳ କ୍ରିୟାନ୍ବୟନ କରିବାର ନେତୃତ୍ବ ନେଇଛନ୍ତି ଧର୍ମେନ୍ଦ୍ର।  ସମୟ ସୀମା ପୂର୍ବରୁ ଦେଶରେ ୮କୋଟି ଏଲପିଜି ସଂଯୋଗ ସଫଳ ହୋଇଥିଲା।  ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଭାବରେ ଦାୟିତ୍ବରେ ଥିବା ଧର୍ମେନ୍ଦ୍ର ଲକଡାଉନ ସମୟରେ କିପରି ଭାବରେ ସମସ୍ତ ଦେଶବାସୀଙ୍କ ପାଖରେ ଏଲପିଜି ସିଲିଣ୍ଡର ପହଁଚିପାରିବ ; ଏହାକୁ ସୁନିଶ୍ଚିତ କରିଥିଲେ ।

ମହାମାରୀ ସମୟ ମଧ୍ୟରେ ଭାରତ ପିପିଇ କିଟ୍, ମାସ୍କ ଉତ୍ପାଦନରେ ବୃଦ୍ଧି ଘଟାଇ କେବଳ ଘରୋଇ ଚାହିଦାକୁ ପୂରଣ କରିନାହିଁ ବରଂ ଏହି ଅତ୍ୟାବଶ୍ୟକ ସାମଗ୍ରୀକୁ ବାହାର ଦେଶକୁ ରପ୍ତାନୀ କରି ନିଜର ସମ୍ବଳ ଓ ସାମର୍ଥୟକୁ ବିଶ୍ବ ଆଗରେ ପ୍ରତିପାଦିତ କରିପାରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.