ନୂଆଦିଲ୍ଲୀ: ଦେଶରେ ଆର୍ଥିକ ଗତିବିଧରେ ଗତିଶୀଳ ରହିଛି ଏବଂ ଟିକସ ସଂଗ୍ରହ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡୁଛି । ପ୍ରତ୍ୟକ୍ଷ କର ସଂଗ୍ରହ ୨୪ ପ୍ରତିଶତ ବୃଦ୍ଧି ସହ ୮.୭୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି, ଯାହା ବଜେଟ୍ ଅନୁମାନଠାରୁ ୬୨ ପ୍ରତିଶତ ଅଧିକ । ଆର୍ଥକ ବର୍ଷ ୨୦୨୨-୨୩ର ଏପ୍ରିଲରୁ ନଭେମ୍ୱର ମଧ୍ୟରେ ଟ୍ୟାକ୍ସ କଲେକ୍ସନ ଗତ ଆର୍ଥିକ ବର୍ଷର ସମାନ ଅବିଧି ତୁଳନାରେ ୨୪ ପ୍ରତିଶତ ଅଧିକ ରହିଛି ।
ଆର୍ଥିକ ବର୍ଷ ୨୦୨୨-୨୩ରେ ସରକାର ୧୪.୨୦ ଲକ୍ଷ କୋଟ ଟଙ୍କା ପ୍ରତ୍ୟକ୍ଷ ଟ୍ୟାକ୍ସ ସଂଗ୍ରହ ନେଇ ଅନୁମାନ କରିଥିଲେ । ଏହି ଲକ୍ଷ୍ୟ ପୂର୍ବ ବର୍ଷର ୧୪.୧୦ ଲକ୍ଷ କୋଟି ଟଙ୍କାଠାରୁ ଅଧିକ ରହିଥିଲା । କର୍ପୋରେଟ୍ ଟ୍ୟାକ୍ସ, ପର୍ସନାଲ ଇନକମ ଟ୍ୟାକ୍ସକୁ ମିଶାଇ ଡାଇରେକ୍ଟ ଟ୍ୟାକ୍ସ ସଂଗ୍ରହ ହୋଇଥାଏ । ଅର୍ଥ ମନ୍ତ୍ରାଳୟ ଅନୁସାରେ ଏପ୍ରିଲ ୧ରୁ ନଭେମ୍ୱର ୨୦ ମଧ୍ୟରେ ୨.୧୫ ଲକ୍ଷ କୋଟି ଟଙ୍କାର ରିଫଣ୍ଡ ଦିଆଯାଇଛି ।
wp:html/wp:htmlSteady growth in Direct Tax collections!
— Ministry of Finance (@FinMinIndia) December 12, 2022
Net collection in FY 2022-23 is 24.26% higher than the net collection for the corresponding period of the preceding year.
61.79% of Budget Estimates for FY 2022-23 already achieved.#NotJustFinance#AatmanirbharForGrowth pic.twitter.com/ybdnhWL2he
ଅର୍ଥ ମନ୍ତ୍ରାଳୟ ଅନୁସାରେ ୨୦୨୨-୨୩ ଆସେସମେଣ୍ଟ ବର୍ଷ ପାଇଁ ନଭେମ୍ୱର ୨୦ ସୁଦ୍ଧା ୬.୭୯ କୋଟି କରଦାତା ଆୟକର ରିଟର୍ଣ୍ଣ ଦାଖଲ କରିଛନ୍ତି । ମନ୍ତ୍ରାଳୟ କହିଛି ୨୦୨୨-୨୩ରେ ଗୋଟିଏ ଦିନରେ ୨.୪୨ କୋଟି ଆଇଟିଆର ଦାଖଲ କରିଛନ୍ତି, ଯାହା ଏକ ରେକର୍ଡ ।