ଷ୍ଟାଚ୍ୟୁ ପଲିଟିକ୍ସ : ବିଅର ଫ୍ୟାକ୍ଟ୍ରି ପାଇଁ ଜମି ଅଛି ହେଲେ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ପାଇଁ ଜମି ନାହିଁ ! ବର୍ଷିଲେ ଧର୍ମେନ୍ଦ୍ର ଓ ନିରଂଜନ

Published By : Prameya-News7 Bureau | November 21, 2018 IST

ଭୁବନେଶ୍ବର ୨୧|୧୧: ସର୍ଦ୍ଦାର ପଟେଲଙ୍କ ମୂର୍ତ୍ତି ଉନ୍ମୋଚନ ପରଠାରୁ ଦେଶ ସାରା ଏବେ ଷ୍ଟାଚ୍ୟୁ ପଲିଟିକ୍ସ ଜୋର ଧରିଛି। ଆଉ ଓଡ଼ିଶାରେ ବି ଚାଲିଛି ମୂର୍ତ୍ତି ପାଇଁ ମହାଭାରତ । ବରପୁତ୍ରମାନଙ୍କ ଷ୍ଟାଚ୍ୟୁ ପ୍ରତିଷ୍ଠାକୁ ନେଇ ଜୋର ଧରିଛି ରାଜନୀତି ।  ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଥିବାରୁ ତାଙ୍କ ଜନ୍ମସ୍ଥାନ ଅଗରପଡାରେ ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବାକୁ ଦୀର୍ଘ ଦିନରୁ ଦାବି ହୋଇଆସୁଛି । କିନ୍ତୁ ସରକାରର ଜମି ଯୋଗାଇ ଦେଉନାହାନ୍ତି । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିଅର ଫ୍ୟାକ୍ଟ୍ରି ପାଇଁ ସରକାର ଜମି ଦେଉଥିବା କଥା କହି ସରକାରଙ୍କୁ ସମାଲୋଚନା କରିଛନ୍ତି।  ଏପଟେ କଂଗ୍ରେସ ଆନ୍ଦୋଳନର ଚେତାବନୀ ଦେଇଛି.. ଗୁଜୁରାଟ ପରେ ଓଡିଶାରେ ଆରମ୍ଭ ହେଲା ଷ୍ଟାଚ୍ୟୁ ପଲିଟିକ୍ସ । ଷ୍ଟାଚ୍ୟୁକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିଅର ଫ୍ୟାକ୍ଟ୍ରି ପାଇଁ ଜମି ଅଛି ହେଲେ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ପାଇଁ ଜମି ନାହିଁ କହି ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ନିର୍ଦ୍ଦିଷ୍ଟ ପରିବାରର ପ୍ରତିମୂର୍ତ୍ତି ପ୍ରତିଷ୍ଠା ହେବ ହେଲେ ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ଅବସରରେ ପାଇକ ସ୍ମାରକୀ ଲାଗି ବରୁଣେଇ ପାଖରେ ଆଜି ପର୍ଯ୍ୟନ୍ତ ୫୦ ଏକର ଜମି ରାଜ୍ୟ ସରକାର ଦେଲେନି ବୋଲି ପ୍ରଶ୍ନ କରିଛନ୍ତି । ଏପରିକି ଭଦ୍ରକର ଅଗରପଡାରେ ମହତାବଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ବି ଜମି ଯୋଗାଇ ଦେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଏପଟେ କଂଗ୍ରେସ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିକୁ ନେଇ ସରକାରଙ୍କୂ ଚେତାବନୀ ଦେଇଛନ୍ତି । ଆସନ୍ତା ୨୭ ତାରିଖ ଭିତରେ ଜିଲ୍ଲାପାଳ ଜମି ନଦେଲେ ୨୮ ତାରିଖରେ ଧରଣା ବସିବ କଂଗ୍ରେସ। ଷ୍ଟାଚ୍ୟୁକୁ ନେଇ ବିରୋଧୀ ଅଭିଯୋଗ କରୁଥିବାବେଳେ ବିଜେଡି ପ୍ରତିଶ୍ରୁତି ପଲିଟିକ୍ସ କୁ ଟାଣି ଇସ୍ୟୁ ଡାଇଭର୍ଟ କରିବାକୁ ଚାହିଁଛି। ସିଧା କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା। ପ୍ରଥମେ କେନ୍ଦ୍ର ମନ୍ତ୍ରୀ ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ପୂରଣ କରୁ ତାପରେ ଅଭିଯୋଗ କରିବେ। ପୋଲାଭରମ, ମହାନଦୀ, ନିଯୁକ୍ତି କ୍ଷେତ୍ରରେ ଦେଇଥିବା ପ୍ରତିଶ୍ରୁତି ଉପରେ ନଜର ରଖିନ୍ତୁ ବୋଲି କହିଛନ୍ତି ଶଶୀ। ହରେକୃଷ୍ଣ ମହାତାବ ଜନ୍ମବାର୍ଷିକୀ ଥିବାରୁ ତାଙ୍କ ଜନ୍ମ ସ୍ଥାନରେ ଷ୍ଟାଚ୍ୟୁ କରିବାକୁ ବହୁ ଦିନରୁ ଦାବି ହୋଇଆସୁଛି କିନ୍ତୁ ସରକାର ସେଥିପାଇଁ ଜମି ଯୋଗାଉନାହାନ୍ତି। ଏପଟେ ପାଇକ ସ୍ମାରକୀର ଅବସ୍ଥା ବି ସେଇଆ। ମୁଣ୍ତ ଉପରେ ନିର୍ବାଚନ ଥିବାରୁଏହାକୁ ଇସ୍ୟୁ କରିବାକୁ ବିରୋଧୀ ପ୍ରୟାସ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.