କାଲିଫର୍ଣ୍ଣିଆର ସାନ ଜୋଶ ପାର୍କକୁ ଛତ୍ରପତି ଶିବାଜୀଙ୍କ ଏକମାତ୍ର ପ୍ରତିମୂର୍ତ୍ତି ଚୋରି, ତଦନ୍ତ ଆରମ୍ଭ
7/02/2023 at 9:39 PM

ନୂଆଦିଲ୍ଲୀ: ଛତ୍ରପତି ଶିବାଜୀ ମହାରାଜଙ୍କ ଏକମାତ୍ର ପ୍ରତିମୂର୍ତ୍ତି କାଲିଫର୍ଣ୍ଣିଆର ସାନ ଜୋଶ ସହରର ଗୋଟିଏ ପାର୍କରୁ ଚୋରି ହୋଇଯାଇଛି । ସାନ ଜୋଶ ପାର୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପାର୍କ ପକ୍ଷରୁ ଟ୍ୱିଟ୍ କରି କହୁଯାଇଛି, ‘ଦୁଃଖର ସହ ଆମେ ସୂଚୀତ କରିବାକୁ ଯାଉଛୁ ଯେ ଗାବଡାଲୁପ ରିଭର ପାର୍କରୁ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତୀ ଗାୟବ ହୋଇଯାଇଛି’। ସ୍ଥାନୀୟ ଟିଭି ଚ୍ୟାନେଲ କେଟିଭିୟୁ ନିଜ ରିପୋର୍ଟ କହିଛି ଯେ ପ୍ରତିମୂର୍ତ୍ତୀ କେବେ ପାର୍କରୁ ଗାୟବ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ ।
ଗାୟବ ହୋଇଥିବା ପ୍ରତିମୂର୍ତ୍ତିକୁ ପୁନେ ସହର ପକ୍ଷରୁ ଉପହାର ରୂପେ ସାନ ଜୋଶକୁ ଦିଆଯାଇଥିଲା । ଉତ୍ତର ଆମେରିକାରେ ଏହା ଛତ୍ରପତି ଶିବାଜୀ ମହାରାଜାଙ୍କ ଏକମାତ୍ର ପ୍ରତିମୂର୍ତ୍ତି ଥିଲା । ଚୋରିକୁ ନେଇ ପାର୍କ ଦୁଃଖ ପ୍ରକାଶ କରିବା ସହ ପ୍ରତିମୂର୍ତ୍ତିକୁ ଖୋଜିବା ପାଇଁ ସ୍ଥାନୀୟ ପ୍ରଶାସନ ସହ ମିଶି କାମ କରୁଥିବା କହିଛି । ବିଭାଗ କହିଛି, ଅଧିକାରୀ ମାମଲାର ତଦନ୍ତ କରୁଛନ୍ତି ଏବଂ ଜନତାଙ୍କ ସହଯୋଗ ଲୋଡିଛନ୍ତି ।