ମୋରବି ଝୁଲାପୋଲ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା- ୨ ନଭେମ୍ବରରେ ରାଜ୍ୟବ୍ୟାପୀ ଶୋକ

Published By : Prameya-News7 Bureau | November 01, 2022 IST

ଅହମ୍ମଦାବାଦ ୧।୧୧: ଗୁଜରାଟ ସରକାର ମୋରବି ପୋଲ ଦୁର୍ଘଟଣା ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ନଭେମ୍ବର ୨ ତାରିଖରେ ରାଜ୍ୟବ୍ୟାପୀ ଶୋକ ଘୋଷଣା କରିଛନ୍ତି। ଦୁର୍ଘଟଣା ପରିସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମଚ୍ଛୁ ନଦୀ ଉପରେ ନିର୍ମିତ କେବୁଲ ପୋଲ ରବିବାର ସନ୍ଧ୍ୟାରେ ଛିଡିପଡିବା ଯୋଗୁ ଦୁର୍ଘଟଣା ହୋଇଥିଲା।

୨ ନଭେମ୍ବର ରାଜ୍ୟ ଶୋକ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଟ୍ୱିଟ୍ କରିଛନ୍ତି। ରାଜ୍ୟରେ ଜାତୀୟପତାକା ଅର୍ଦ୍ଧନିମିତ ରହିବ ଓ କୌଣସି ସରକାରୀ ସମାରୋହ ଅନୁଷ୍ଠିତ ହେବ ନାହିଁ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଗୁଜରାଟ ଗସ୍ତରେ ଅଛନ୍ତି। ଏହି ଗସ୍ତ କାଳରେ ଗାନ୍ଧିନଗର ରାଜଭବନରେ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଏଥିରେ ରାଜ୍ୟ ଶୋକ କାଳରେ କୌଣସି ସରକାରୀ ଉତ୍ସବ ଅଥବା ମନୋରଞ୍ଜନ କାର୍ଯ୍ୟକ୍ରମ ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଛି।

{"id":703298,"width":840,"height":553,"sizeSlug":"full","linkDestination":"none"}

ସେପଟେ ମୋରବି ପୋଲ ଦୁର୍ଘଟଣାରେ ମୃତ ଲୋକଙ୍କ ଲାଗି ସବୁ ଗଳି ମହଲ୍ଲାରେ ଶୋକର ଛାୟା ପ୍ରସରି ଯାଇଛି। ଶ୍ମଶାନରୁ ଆରମ୍ଭ କରି କବରସ୍ତାନ ପର୍ଯ୍ୟନ୍ତ ସ୍ଥାନାଭାବ ଦେଖାଯାଇଛି। ପରିସ୍ଥିତି ଏବେ ଏପରି ହୋଇଛି ଯେ ସହରର ସମସ୍ତ ୪ କବରସ୍ତାନ ଓ ୭ ଶ୍ମଶାନରେ ୱେଟିଂ ଚାଲିଛି। ମିଳିଥିବା ସୂଚନା ଅନୁସାର ସହରର ଗୋଟିଏ କବରସ୍ତାନରେ ୨୬ ଲୋକଙ୍କ ଅନ୍ତ୍ୟେଷ୍ଟି ଅନୁଷ୍ଠିତ ହୋଇଛି। ଏଥିଲାଗି ଦୁର୍ଘଟଣା ଦିନ ବିଳମ୍ବିର ରାତ୍ରିରୁ ଆରମ୍ଭ କରି ସୋମବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦେଢଶହ ଜଣ ଶ୍ରମିକ ଏଠାରେ କବର ଖୋଳାରେ ଲାଗିଥିଲେ।

କେବଳ କରବରସ୍ତାନ ନୁହେଁ ଶ୍ମଶାନରେ ମଧ୍ୟ ସମାନ ଅବସ୍ଥା। କେଉଁଠି ୪ ତ କେଉଁଠି ୭ ଶବ ସତ୍କାର ହୋଇଛି। ସେପଟେ ଗୁଜରାଟ ସରକାର ପୋଲ ଦୁର୍ଘଟଣାର ଯାଞ୍ଚ ଲାଗି ଏକ କମିଟି ଗଠନ କରିଛନ୍ତି। ପୋଲ ଭାଙ୍ଗିବା ଘଟଣାରେ ଏପର୍ଯ୍ୟନ୍ତ ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି। ଏହା ଛଡା ପୋଲର ରକ୍ଷଣାବେକ୍ଷଣା ଓ ମରାମତି କାମ ଦିଆଯାଇଥିବା ସଂସ୍ଥା ବିରୋଧରେ କଲପେବଲ ହୋମିସାଇଡ ଆକ୍ଟରେ ମୋକଦ୍ଦମା ରୁଜୁ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.