ନୂଆଦିଲ୍ଲୀ ୯।୬: କୃଷକଙ୍କ ପାଇଁ ‘ନିଶ୍ଚିତ ଆୟ ଯୋଜନା’ ପିଏମ କିସାନ ସମ୍ମାନ ନିଧିର ସମ୍ପ୍ରସାରଣ କରିବେ କେନ୍ଦ୍ର ସରକାର । ଏଥି ପାଇଁ ଦେଶର ସମସ୍ତ ୩୬ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେସଙ୍କୁ ଜୁଲାଇ ୩୧ ତାରିଖ ସୁଦ୍ଧା ସେମାନଙ୍କର ହୀତାଧିକାରୀଙ୍କ ପ୍ରମାଣିତ ତାଲିକା ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ୧୪.୫ କୋଟି ଚାଷୀଙ୍କୁ ଲାଭବାନ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି କେନ୍ଦ୍ର କୃଷି ସଚିବ ସଞ୍ଜୟ ଅଗ୍ରୱାଲ।
{"id":121436,"width":581,"height":391}ପୂର୍ବ ସରକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଫେବୃଆରୀ ମାସରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ସେତେବେଳେ ଯୋଜନାରେ କେବଳ କ୍ଷୁଦ୍ର ଓ ସୀମାନ୍ତ ଚାଷୀଙ୍କ ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାରେ ହରିୟାଣା, ପଞ୍ଜାବ, ଗୁଜୁରାଟ, ହାମାଚଲପ୍ରଦେଶ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ଆଦି ୬ଟି ରାଜ୍ୟର ୫୦ ପ୍ରତିଶତ ଚାଷୀ ଯୋଜନାରେ ଉପକୃତ ହୋଇଥିଲେ। ଏହାଛଡା ଅନ୍ୟ ରାଜ୍ୟର ଚାଷୀ ଯେଉଁମାନଙ୍କର ୨ ହେକ୍ଟର ଅର୍ଥାତ ୫ ଏକରରୁ କମ୍ ଚାଷଜମି ଅଛି ସେମାନଙ୍କୁ ମଧ୍ୟ ଯୋଜନାର ପ୍ରଥମ କିସ୍ତିରେ ୨ ହଜାର ଲେଖାଏଁ ଟଙ୍କା ଦିଆଯାଇଛି।
{"id":121437,"width":579,"height":386}ତେବେ କୃଷିମନ୍ତ୍ରାଳୟଙ୍କ ସୂତ୍ରରୁ ମିଳିଥିବା ସୂଚନାରେ ପଶ୍ଚିମବଙ୍ଗ, ସିକ୍କିମ, ଦିଲ୍ଲୀ ଓ ଲକ୍ଷଦ୍ବୀପର ଜଣେ ବି ଚାଷୀ ଏହି ଯୋଜନାରୁ ଉପକୃତ ହୋଇନାହାନ୍ତି। ଏହି ରାଜ୍ୟମାନଙ୍କରେ ସରକାର କିସାନ ଯୋଜନା ଲାଗୁ କରି ନଥିବାରୁ ସେଠାରେ ଚାଷୀଙ୍କୁ ଯୋଜନାର ଲାଭ ମିଳିପାରିନଥିବା କହିଛନ୍ତି କେନ୍ଦ୍ର କୃଷି ସଚିବ । ତେବେ ଯେଉଁ ରାଜ୍ୟମାନେ ସେମାନଙ୍କ ଚାଷୀଙ୍କୁ ଯୋଜନାର ଲାଭ ଦେବାକୁ ଚାହାଁନ୍ତି ସେମାନେ ପିଏମ କିସାନ ପୋର୍ଟାଲରେ ଚାଷୀଙ୍କ ପ୍ରମାଣ ସହ ସେମାନଙ୍କ ସଂଖ୍ୟା ଅପଲୋଡ କରିବାକୁ ପତ୍ର ମାଧ୍ୟମରେ ଜଣାଇ ଦିଆଯାଇଥିବା ଅଗ୍ରୱାଲ କହିଛନ୍ତି। ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଏହି ମର୍ମରେ ଲେଖାଯାଇଥିବା ପତ୍ରରେ ଜୁଲାଇ ୩୧ ତାରିଖକୁ ଏଥି ନିମନ୍ତେ ଅନ୍ତିମ ତିଥି ଧାର୍ଯ୍ୟ ହୋଇଥିବା ଜଣାଇ ଦିଆଯାଇଛି ବୋଲି ଅଗ୍ରୱାଲ କହିଛନ୍ତି।