ଶ୍ରୀକାନ୍ତ କଣ ରାହୁଲଙ୍କ ପୋଲ ଖୋଲିବେ? ଶ୍ରୀକାନ୍ତଙ୍କ ପୋଲ ଖୋଲିବ କଂଗ୍ରେସ: ଜିତେନ୍ଦ୍ର ସିଂ

Published By : Prameya-News7 Bureau | January 23, 2019 IST

ଭୁବନେଶ୍ବର୨୩|୧: ଶ୍ରୀକାନ୍ତଙ୍କ ବହିଷ୍କାରକୁ ନେଇ ଏବେବି କଂଗ୍ରେସରେ ଦ୍ବନ୍ଦ୍ବ । ତାଙ୍କୁ ଯେଉଁ କାରଣ ପାଇଁ ବିଦା କରାଯାଇଥାଉ ନା କାହିଁକି ତାହା ଯେ ନିୟମ ଅନୁଯାୟୀ ହୋଇନି ସେନେଇ କିଛି ବରିଷ୍ଠ ନେତା ସନ୍ଦେହ କରୁଛନ୍ତି । ଏନେଇ ଏଆଇସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ଏ.କେ. ଆଣ୍ଟୋନୀଙ୍କ ଠାରୁ ଖବର କଣ ବୁଝିବେ ବୋଲି କହିଲେଣି ବରିଷ୍ଠ ନେତା ଭକ୍ତ ଦାସ । ସେପଟେ ରାହୁଲଙ୍କ କାର୍ଯ୍ୟକ୍ରମର ତଦାରଖ କରିବାକୁ ଭୁବନେଶ୍ବରରେ ପହଁଚିଥିବା ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଶ୍ରୀକାନ୍ତ ଜେନାଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ସେ ରାହୁଲଙ୍କ ପୋଲ୍ ଖୋଲିବା ପୂର୍ବରୁ ଆଗ କଂଗ୍ରେସ ଶ୍ରୀକାନ୍ତଙ୍କ ପୋଲ୍ ଖୋଲିବ ।…..

{"id":77324}

ପ୍ରିୟଙ୍କାଙ୍କ ପାଇଁ ଜୋସ୍‌ରେ କଂଗ୍ରେସ ଓଡ଼ିଶାରେ କିନ୍ତୁ କଂଗ୍ରେସ କୋଡୁଛି ଯେତେ ମାଡୁଛି ସେତେ । ଦିନକ ପରେ ଆସିବେ ରାହୁଲ ଗାନ୍ଧି । ଯେଉଁମାନେ ଦଳ ବିରୋଧି ମନ୍ତବ୍ୟ ଦେଉଥିଲେ ସେମାନଙ୍କୁ ବିଦା କରିଦେଲେ ଆଉ ଦଳ ପାଇଁ ମୁଣ୍ଡ ବିନ୍ଧା ବଢିବନି ବୋଲି ଭାବିନେଇଥିଲେ ପଦାଧିକାରୀ । କିନ୍ତୁ ଏବେ ତାହା ଓଲଟା ହେବାକୁ ଗଲାଣି । ଶ୍ରୀକାନ୍ତ ଜେନାଙ୍କୁ ଯେଉଁ ଢଙ୍ଗରେ ଦଳରୁ ବହିଷ୍କାର କରାଗଲା ତାଉପରେ ପ୍ରଶ୍ନ ଉଠାଇଲେଣି ବରିଷ୍ଠ ନେତା ଭକ୍ତ ଦାସ । ଏନେଇ ସେ କେନ୍ଦ୍ରୀୟ ଶୃଙ୍ଖଳା କମିଟି ଅଧ୍ୟକ୍ଷ ଏ. କେ. ଆଣ୍ଟୋନୀଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଥିବା କହିଲେଣି । ଏକଥା କହି ପିସିସି ମୁଖିଆ ଓ ରାଜ୍ୟ ପ୍ରଭାରୀଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନଚିହ୍ନ ଟାଣିଛନ୍ତି ଭକ୍ତ ଦାସ ।

{"id":77325}

 ସେପଟେ ରାହୁଲ ଗାନ୍ଧିଙ୍କ ଗସ୍ତକୁ ସଫଳ କରିବା ଲାଗି କଂଗ୍ରେସ ନେତାଏ ଜୋରଦାର ମାତିଛନ୍ତି । ପ୍ରଭାରୀ ଜିତେନ୍ଦ୍ର ସିଂ ଆଜି ଭୁବନେଶ୍ବରରେ କହିଛନ୍ତି, ଶ୍ରୀକାନ୍ତ ଜେନା କଣ ରାହୁଲ ଗାନ୍ଧିଙ୍କ ପୋଲ୍ ଖୋଲିବେ । ତାଙ୍କ ପୋଲ୍ ଆଗ ଖୋଲିବ କଂଗ୍ରେସ ।  ଜଣେ ପରେ ଜଣେ ନେତା କଂଗ୍ରେସ ଛାଡୁଛନ୍ତି। ଜିତେନ୍ଦ୍ର ସିଂଙ୍କ ମତ ହେଲା ନିର୍ବାଚନ ଆସିଲେ କିଛି ଆୟା ରାମ ଗୟା ରାମ ଏଭଳି କରନ୍ତି ।

{"id":77326}

ରାହୁଲଙ୍କ କାର୍ଯ୍ୟକ୍ରମକୁ ପରିବର୍ତନ ସଙ୍କଳ୍ପ ସମାବେଶ ନାଁ ଦେଇ ଆଜି ଭୁବନେଶ୍ବର ଜିଲ୍ଲା କଂଗ୍ରେସ ରଥ ବୁଲାଇଛି । ସେପଟେ ୫୦ ବିଧାୟକଙ୍କୁ ଆଗୁଆ ଟିକେଟ ଦେବ ବୋଲି କଂଗ୍ରେସ ଯେଉଁ ଘୋଷଣା କରିଥିଲା ତାହା ଫେବୃଆରୀ ୧୫ ସୁଦ୍ଧା ଘୋଷଣା ହେବ ବୋଲି ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି ।…. 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.