କଳାହାଣ୍ଡି ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ନୂଆ ମୋଡ଼: ପିଡୀତା ମୁହଁ ଖୋଲିବାପରେ ଏସପି କହିଲେ ପୁଣି ରେକର୍ଡ ହେବ ବୟାନ, ଜୋର ଧରିଲା ରାଜନୀତି
27/09/2019 at 7:28 PM

କଳାହାଣ୍ଡି ୨୭|୯ ; କଳାହାଣ୍ଡି ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ନୂଆ ମୋଡ଼ । ମାମଲାରେ ମୁହଁ ଖୋଲିଛନ୍ତି ପୀଡ଼ିତା । ରାଜସାକ୍ଷୀ ପାଲଟିଥିବା ଡ୍ରାଇଭର ଲଳିତେନ୍ଦ୍ର ଶବର ହିଁ ମୁଖ୍ୟ ଖଳନାୟକ ବୋଲି ପୀଡିତା ଦାବି କରିଛନ୍ତି । ନ୍ୟାୟ ନମିଳିଲେ ଆତ୍ମହତ୍ୟା ପାଇଁ ଧମକ ଦେଇଛନ୍ତି ପୀଡିତା । ପିଡୀତା ଗଣମାଧ୍ୟରେ ଏହି ବୟାନ ଦେବାପରେ କଳାହାଣ୍ଡି ଏସପି କହିଛନ୍ତି ଯେ, ପିଡୀତାଙ୍କ ବୟାନ ପୁଣି ରେକରେଡ କରାଯିବ । ଏପଟେ ଘଟଣାରେ ରାଜନୀତିର ମୋଡ଼ ରାଜଧାନୀକୁ ହୁଲସ୍ତୁଲ କଲାଣି।

ରାଜସାକ୍ଷୀ ହିଁ ମୁଖ୍ୟ ଅଭିଯୁକ୍ତ । ଯାହାକୁ ପୋଲିସ ରାଜସାକ୍ଷୀ ବନାଇଛି ସିଏ ହିଁ ହେଉଛି ମୁଖ୍ୟ କାର୍ପଟଦାର । ଏକଥା ଆଉ କେହି ନୁହେଁ କହିଛନ୍ତି କଳାହାଣ୍ଡି ଜାରିଙ୍ଗ ଗଣଦୁଷ୍କର୍ମ ମାମଲାର ପୀଡ଼ିତା ।ସେ ଯାହା ଦର୍ଶାଇଛନ୍ତି ତାହା ଏବେ କଳାହାଣ୍ଡିରୁ ରାଜଧାନୀ ହୁଲସ୍ତୁଲ କଲାଣି।

ତାଙ୍କ କହିବା ଅନୁଯାୟୀ, ଯିଏ ତାଙ୍କୁ ଲିଫ୍ଟ ଦେଇଥିଲେ ସେହି ଏହି ଗଣଦୁଷ୍କର୍ମର ମୁଖ୍ୟ କାର୍ପଟଦାର। ସେ କହିଛନ୍ତି ୧୪ ତାରିଖରେ ଅସୁସ୍ଥତା ଯୋଗୁଁ ଭବାନୀପାଟଣା ଚିକିତ୍ସା ପାଇଁ ଯାଇଥିଲେ । ସେଠାରୁ ସେ ବସଷ୍ଟାଣ୍ଡକୁ ଫେରିଥିଲେ । ଏହି ସମୟରେ ଲଳିତେନ୍ଦ୍ର ଶବରଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ଯେ କି ତାଙ୍କୁ ବାଇକରେ ଲିଫ୍ଟ ଦେଇଥିଲେ । ବାଟରେ ଯିବା ସମୟରେ ଲଳିତେନ୍ଦ୍ରଙ୍କ ଅନ୍ୟ ଦୁଷ୍କର୍ମକାରୀଙ୍କୁ ସୂଚନା ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଯାହା ଅନୁଯାୟୀ ବନମାଳିପୁର ଛକ ନିକଟରେ ସେ ବାଇକକୁ ଧିମା କରିଥିଲେ ଆଉ ୬ ଜଣ ଯୁବକ ତାଙ୍କୁ ଜଙ୍ଗଲକୁ ଉଠାଇନେଇ, ଦୁଷ୍କର୍ମ କରିଥିଲେ ।

ପୋଲିସର ତଦନ୍ତ ଉପରେ ବି ପୀଡିତାଙ୍କ ପରିବାର ପ୍ରଶ୍ନ ଉଠାଇଛନ୍ତି । ସେମାନଙ୍କ କହିବା କଥା କଳାହାଣ୍ଡି ଏସ୍ପି ଗତ ୨୩ ତାରିଖ ଦିନ ଗଣମାଧ୍ୟମରେ ଯେଉଁ ବୟାନ ଦେଇଥିଲେ ସେଥିରେ ଲଳିତେନ୍ଦ୍ର ଶବରକୁ ଅଭିଯୁକ୍ତ ଦର୍ଶାଇଥିଲେ। ହେଲେ ଘଟଣାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ସମୟରେ ଲଳିତେନ୍ଦ୍ର ଶବରକୁ ଅଭିଯୁକ୍ତ ନୁହେଁ ବରଂ ଅନ୍ୟ ଜଣେ ପୀଡିତ ଦର୍ଶାଇଛି ।

ଏବେ ଏହି ଘଟଣାରେ ରାଜନୀତି ଜୋର୍ ଧରିଛି, କଳାହାଣ୍ଡିରୁ ରାଜଧାନୀ ହୁଲସ୍ତୁଲ ହୋଇଛି। ବିଜେପି ସିଧା ବିଜେଡି ଆଡକୁ ନିଶାନା ସାଧିଛି। ଅଭିଯୁକ୍ତ ଲଳିତେନ୍ଦ୍ର ସ୍ଥାନୀୟ ଜଣେ ବିଜେଡି ନେତାଙ୍କ ବସ୍ ଡ୍ରାଇଭର। ତେଣୁ ଲଳିତେନ୍ଦ୍ରକୁ ଘଣ୍ଟା ଘୋଡ଼ାଯାଉଛି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଏଥିରେ ଗୃହମନ୍ତ୍ରୀଙ୍କ ଜବାବ ଦାବି କରିଛନ୍ତି । ସେପଟେ ଜୁନାଗଡ଼ ବିଧାୟକ ଓ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏକ ସମ୍ବେଦନଶୀଳ ଘଟଣାରେ ରାଜନୀତି ଭର୍ତ୍ତି କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ।…
ଜୁନାଗଡ଼ ଗଣଦୁଷ୍କର୍ମ ମାମଲା ଯେତିକି ଗମ୍ଭୀର ଏଥିରେ ପୀଡ଼ିତାଙ୍କୁ ଶୀଘ୍ର ନ୍ୟାୟ ମିଳିବା ଜରୁରୀ ହୋଇପଡ଼ିଛି । ଦୁଷ୍କର୍ମକାରୀଙ୍କୁ ଫାଶୀଦଣ୍ଡ ପାଇଁ ପୀଡ଼ିତା ଦାବି କରିଥିବା ବେଳେ ତାଙ୍କୁ ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି । ଘଟଣାଟି କୁନ୍ଦୁଲୀ ଭଳି ମୋଡ଼ ନେଲେ ଏକ କଳଙ୍କମୟ ଅଧ୍ୟାୟ ସୃଷ୍ଟି କରିବ। …