ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ଘଟଣା : ନିଜ ଆଡୁ ମାମଲା ରୁଜୁ କଲେ ମହିଳା କମିଶନ, ଡିସିପିଙ୍କୁ ରିପୋର୍ଟ ତଲବ

Published By : Prameya-News7 Bureau | August 10, 2023 IST

ଭୁବନେଶ୍ବର ୧୦।୮: ଭୁବନେଶ୍ବରର ଏକ ହୋଟେଲ ରୁମ୍‌ରୁ ଶୁଭଲକ୍ଷ୍ମୀ ସାହୁଙ୍କ ମୃତଦେହ ମିଳିବା ଘଟଣାରେ ନିଜ ଆଡୁ ମାମଲା ରୁଜୁ କଲେ ମହିଳା କମିଶନ । ଘଟଣାରେ ଉଦବେଗ ପ୍ରକାଶ କଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ମାମଲା ରୁଜୁ କରିବା ସହ ଭୁବନେଶ୍ବର ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି । ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମହିଳା କମିଶନ । ଶୁଭଲକ୍ଷ୍ମୀଙ୍କ ମୃତ୍ୟୁର କାରଣ ଖୋଜି ତୁରନ୍ତ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

wp:embed {"url":"https://www.prameyanews7.com/subhalaxmi-call-record-detail/","type":"wp-embed","providerNameSlug":"prameya-news-7"}
https://www.prameyanews7.com/subhalaxmi-call-record-detail/
/wp:embed

ସେପଟେ ଭୁବନେଶ୍ବରର ଏକ ହୋଟେଲ୍‌ରୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ମିଳିବା ଘଟଣାରେ ତନାଘନା ଜାରି ରଖିଛି ପୋଲିସ । ତାଙ୍କର ୨ଟି ମୋବାଇଲର ୪ଟି ସିମ୍ କାର୍ଡର କଲ୍ ରେକର୍ଡର ପୋଲିସ ଛାନଭିନ୍ କରୁଛି । ମୃତ୍ୟୁ ପୂର୍ବରୁ ଶୁଭଲକ୍ଷ୍ମୀ କାହା ସହିତ କଥା ହୋଇଥିଲେ ସେ ସମ୍ପର୍କରେ ପୋଲିସ ଯାଞ୍ଚ କରୁଛି । ଅନ୍ୟପଟେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ସହ ଚର୍ଚ୍ଚାକୁ ଆସିଥିବା ଅଙ୍କଲଙ୍କ ଭୂମିକା ନେଇ ମଧ୍ୟ ସନ୍ଦେହ ବଢୁଛି । ପ୍ରଥମେ ଏହି ଅଙ୍କଲ ଶୁଭଲକ୍ଷ୍ମୀଙ୍କୁ ଭୁବନେଶ୍ବର ଆଣି ବାର୍ ଡାନ୍ସର୍ ଭାବରେ ପରିଚିତ କରାଇଥିଲେ ।

wp:embed {"url":"https://www.prameyanews7.com/subhalaxmi-sahoo-update-case/","type":"wp-embed","providerNameSlug":"prameya-news-7"}
https://www.prameyanews7.com/subhalaxmi-sahoo-update-case/
/wp:embed

ଅନ୍ୟପଟେ ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ମାମଲାରେ ପୋଲିସ ହାତରେ ଲାଗିଛି ପୋଷ୍ଟମର୍ଟମ ରିପୋର୍ଟ । ତେବେ ଶ୍ଵାସରୁଦ୍ଧ ହୋଇ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ୨୪ରୁ ୩୬ ଘଣ୍ଟା ପୂର୍ବରୁ ଶୁଭଲକ୍ଷ୍ମୀଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଥିବା ସୂଚନା ମିଳିଛି । ଘଟଣାର ଅଧିକ ତଦନ୍ତ ପାଇଁ SFSLକୁ ଭିସେରା ପଠାଇଛି ପୋଲିସ । ଶୁଭଲକ୍ଷ୍ମୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୃତଦେହରୁ ନିଶା ଦ୍ରବ୍ୟର ନମୁନା ମିଳିଛି । ସେପଟେ ଶୁଭଲକ୍ଷ୍ମୀଙ୍କର କେଉଁଦିନ ମୃତ୍ୟୁ ଘଟିଛି ତାକୁ ନେଇ ଉଠିଛି ପ୍ରଶ୍ନ ।

wp:embed {"url":"https://www.prameyanews7.com/cdr-report-of-shudhalakshmi/","type":"wp-embed","providerNameSlug":"prameya-news-7"}
https://www.prameyanews7.com/cdr-report-of-shudhalakshmi/
/wp:embed

ସୂଚନାଯୋଗ୍ୟ ଯେ, ଶୁଭଲକ୍ଷ୍ମୀ କମଳାନେହେରୁ କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ରୀ । ୪ ତାରିଖରେ ସେ ଘରୁ କଲେଜ ଯାଉଛି କହି ଆସିଥିଲେ । ସେହିଦିନ ଅପରାହ୍ନ ୩ଟାରେ କଟକ ରୋଡରେ ଥିବା ଦୀପାଳି ହୋଟେଲ୍‌ ଆଣ୍ଡ୍‌ ବାର୍‌ରେ ୨୦୫ ନମ୍ବର ରୁମ୍‌ ବୁକ୍‌ କରି ରହିଥିଲେ । ପରଦିନ ଅର୍ଥାତ ଶନିବାର ସକାଳେ ସେ ରୁମ୍‌ରୁ ବାହାରି ନଥିଲେ । ସେହିଦିନ ମଧ୍ୟାହ୍ନରେ ହୋଟେଲ୍‌ ବୟ ଖାଇବା ପାଇଁ କବାଟ ବାଡ଼େଇ ଡ଼ାକିଥିଲେ ମଧ୍ୟ ସେ କବାଟ ଖୋଲିନଥିଲେ । ହୋଟେଲ ବୟ ଏନେଇ ହୋଟେଲ ମ୍ୟାନେଜରଙ୍କୁ ଜଣାଇଥିଲେ । ଅପରାହ୍ନ ମ୍ୟାନେଜର କବାଟ ବାଡ଼େଇ ଡାକିଥିଲେ । ଶୁଭଲକ୍ଷ୍ମୀ ନ ଖୋଲିବାରୁ କବାଟକୁ ଏକ ଧକ୍କା ମାରିଥିଲେ ।

wp:embed {"url":"https://www.prameyanews7.com/post-mortem-report-of-subhalxmi/","type":"wp-embed","providerNameSlug":"prameya-news-7"}
https://www.prameyanews7.com/post-mortem-report-of-subhalxmi/
/wp:embed

ତେବେ କବାଟ ଖୋଲିଯିବା ସହ ଭିତରେ ଶୁଭଲକ୍ଷ୍ମୀଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ସେ ଏନେଇ ସଙ୍ଗେ ସଙ୍ଗେ ଲକ୍ଷ୍ମୀସାଗର ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା ।

You Can Read :

wp:embed {"url":"https://www.prameyanews7.com/hirakud-dam-closed-two-sluice-gates-on-thursday/","type":"wp-embed","providerNameSlug":"prameya-news-7"}
https://www.prameyanews7.com/hirakud-dam-closed-two-sluice-gates-on-thursday/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.