କଲବଲ କରୁଛି ତାତି, ୪୧.୮ ଡିଗ୍ରୀ ସହ ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ୱର

Published By : Prameya-News7 Bureau | April 23, 2024 IST

ଭୁବନେଶ୍ୱର ୨୩/୦୪: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ତାତିରେ ଆଉଟୁ ପାଉଟୁ ଉପାନ୍ତରୁ ଉପକୂଳ । ବିଶେଷକରି ତାତିର ପ୍ରକୋପରେ ଜଳୁଛି ସ୍ମାର୍ଟସିଟି । ଆଗକୁ ଆହୁରି କଲବଲ କରିବ ତାତି । ଲମ୍ବି ଯାଇଛି ଗ୍ରୀଷ୍ମପ୍ରବାହ । ଲଗାତାର ୮ ଦିନ ହୋଇଗଲାଣି ଜଳୁଛି ଓଡ଼ିଶା । 

ଡରାଇଲାଣି ପାଣିପାଗର ତାଜା ଅପଡେଟ୍ । ପୂର୍ବାନୁମାନ ଆହୁରି ଭୟାନକ ହେବ ଏ ଗ୍ରୀଷ୍ମପ୍ରବାହ । ଦୁଇଦିନ ପରେ ତାତିର ଯେମିତି ବିସ୍ଫୋରଣ ହେବ। ତାପମାତ୍ରା ୪୬ ଡେଇଁଯିବ । ଛଟପଟ କରିବରି ତାତି । ବଡ଼ ବର୍ଷାର ଆଶା ଦେଖାଯାଉନି । ସେପଟେ ଚଳିତଳି ବର୍ଷ ୧୬ ଜିଲ୍ଲାରୁ ଅଂଶୁଘାତ ଘଟଣା ଆସିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । 

ପାଣିପାଗ ବିଭାଗର ତାଜା ଆକଳନ ଅନୁସାରେ, କାଳବୈଶାଖୀ ବର୍ଷା ପ୍ରଭାବରେ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଆଜି କିଛି କିଛି ସ୍ଥାନରେ ତାତି କମିଛି । ତଥାପି ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭଉୁବନେଶ୍ୱର । ତେବେ ଆଗକୁ ଆହୁରି ବିପବିଜ୍ଜନକ ଗ୍ରୀଷ୍ମପ୍ରବାହ ବହିବ । ୨୫ରୁ ରାଜ୍ୟରେ ତାତି ଓ ଗ୍ରୀଷ୍ମପ୍ରବାହ ବଢ଼ିବ । ବିଶେଷ କରି ୨୬ରେ ଏହା ରେକର୍ଡ କରିବ ଗ୍ରୀଷ୍ମପ୍ରବାହ । 

ଆଜି ଦିନ ସାଢେ ୨ଟା ସୁଦ୍ଧା ରେକର୍ଡ ହୋଇଛି ରାଜ୍ୟର ବିଭିନ୍ନ ଜିଲ୍ଲାର ତାପମାତ୍ରା । ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଗୁଡିକ ହେଲା ଭୁବନେଶ୍ୱର ୪୧.୮°C, ଚାନ୍ଦବାଲି ୪୦.୪°C, ବାଲେଶ୍ୱର ୪୦.୩°C,  ଝାରସୁଗୁଡା ୩୯.୫°C ପାରାଦ୍ୱୀପ ୩୮.୯°C, ରାଉରକେଲା ୩୭.୯°C, କେନ୍ଦୁଝର ୩୭.୮°C, ସମ୍ବଲପୁର ୩୭.୩°C ହୀରାକୁଦ ୩୬.୮°C, ଗୋପାଳପୁର ୩୬.୫°C ପୁରୀ ୩୫.୨°C ରେକର୍ଡ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.