ଯାଜପୁରରେ ଶାନ୍ତିପୂର୍ଣ୍ଣ ବନ୍ଦ: ଦେ‌ାକାନ ବଜାର ବନ୍ଦ, ଯାନବ‌ାହନ ଚଳାଚଳ ଠପ୍, ଜୀବନଯାତ୍ରା ପ୍ରଭାବିତ

Published By : Prameya-News7 Bureau | January 08, 2020 IST

ମଙ୍ଗଳପୁର୮/୧: ଦେଶରେ ବିଭିନ୍ନ ଶ୍ରମିକ ସଙ୍ଗଠନ ବୁଧବାର ୨୪ ଘଣ୍ଟିଆ ଭାରତ ବନ୍ଦର ଡାକରା ଦେଇଥିଲା।  ଭାରତ ବନ୍ଦକୁ ରାଜ୍ୟ କଂଗ୍ରେସ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଥିଲା।

{"id":208724,"sizeSlug":"large"}

ଏପରି କି ଆଜି ବିଭିନ୍ନ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭାବେ କଂଗ୍ରେସ କର୍ମୀମାନେ ଧାରଣାରେ ବସିଥିଲେ। ଯାଜପୁରର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଯାଜପୁର- ମଙ୍ଗଳପୁରର ମୁଖ୍ୟ ରାସ୍ତାରେ କଂଗ୍ରେସ କର୍ମୀମାନେ ଆନ୍ଦୋଳନ ଜାରି ରଖିଥିଲେ।

{"id":208723,"sizeSlug":"large"}

ଏହି ବନ୍ଦକୁ ସଫଳ କରିବା ପାଇଁ ଆଜି ଯାଜପୁର ଟ୍ରେଡ଼ ୟୁନିଅନ ଓ କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଉଥିବାର ନଜୀର ରହିଛି। ଯାଜପୁର ସମେତ ମଙ୍ଗଳପୁର ବଜାରର ସମସ୍ତ ଦୋକାନ ବଜାର ବନ୍ଦ ହେବା ସହ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା ।

{"id":208725,"sizeSlug":"large"}

ଦେଶରେ ଅହେତୁକ ଦରଦାମ ବୃଦ୍ଧି, ଶ୍ରମିକ ମାରଣ ନୀତି, ବେକାର ଯୁବକଙ୍କୁ ନିଯୁକ୍ତି ଓ ସମ୍ବିଧାନ ବଞ୍ଚାଅ ଇତ୍ୟାଦିକୁ ନେଇ ୧୪ ଦଫା ଦାବି ନେଇ ୨୪ ଘଣ୍ଟିଆ  ବନ୍ଦର ଡାକରା ଦେଇଥିଲେ ଶ୍ରମିକ ୟୁନିଅନ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.