କୌଶଳ ବିକାଶ କେନ୍ଦ୍ର ଶୁଭାରମ୍ଭ କଲେ ଶକ୍ତିମନ୍ତ୍ରୀ; ବିଦ୍ୟୁତ କର୍ମଚାରୀ ନେବେ ଉନ୍ନତ ବୈଷୟିକ ତାଲିମ
2/01/2023 at 5:16 PM

କଟକ ୦୨/୦୧: ବୈଷୟିକ ତାଲିମ ନେବେ ବିଦ୍ୟୁତ ବିଭାଗ କର୍ମଚାରୀ। ଗୁରୁକୂଳ ଭଳି ଶିକ୍ଷା ଲାଭ କରିବା ସହ ଉନ୍ନତ ଜ୍ଞାନକୌଶଳ ବିଷୟରେ ବି ଶିଖିବେ। ଏଥିପାଇଁ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ରାଜ୍ୟର ଦ୍ୱିତୀୟ କୌଶଳ ବିକାଶ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। କଟକ ବାଦାମବାଡ଼ିରେ ଥିବା ଟିପିସିଓଡିଏଲ କାର୍ଯ୍ୟାଳୟ ପରିସରରେ ଏହାର ଶୁଭାରମ୍ଭ କରାଯାଇଛି।

ନୂଆ ନୂଆ ଯନ୍ତ୍ରପାତିକୁ ବ୍ୟବହାର କରି ଲାଇନ ମ୍ୟାନ, ମିଟର ରିଡ଼ର ଓ ମେକାନିକମାନେ ସଶକ୍ତ ହୋଇପାରିବେ। କର୍ମଚାରୀମାନେ ଏହି ତାଲିମ ନେଇ ସାଧାରଣ ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇ ପାରିବେ ବୋଲି ଶକ୍ତିମନ୍ତ୍ରୀ କହିଛନ୍ତି। ଏହି ତାଲିମ କେନ୍ଦ୍ରରେ ୨ହଜାର ଲୋକ ତାଲିମ ନେବାର ବ୍ୟବସ୍ଥା ରହିଛି। ଏହାଛଡ଼ା ବିଭିନ୍ନ ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀମାନେ ମଧ୍ୟ ଏଠାରେ ତାଲିମ ନେଇ ପାରିବେ। ଖୁବଶୀଘ୍ର ଏନେଇ ବିଭିନ୍ନ ଆଇଟିଆଇ ସହ ବୁଝାମଣା ପତ୍ର ସ୍ୱାକ୍ଷର ହେବ। ଆଗାମୀ ୧୫ ଦିନ ମଧ୍ୟରେ ଆହୁରି ୩ଟି କୌଶଳ ବିକାଶ କେନ୍ଦ୍ର ଖୋଲାହେବ ବୋଲି ଟିପିସିଓଡିଏଲର ମୁଖ୍ୟ ସାମ ବେଗମ କହିଛନ୍ତି।