ନୂଆଦିଲ୍ଲୀ: ପେରୁର ରକ୍ଷା ମନ୍ତ୍ରୀ ମହାଭିଯୋଗ ପ୍ରସ୍ତାବ ଆଣି ଡିସେମ୍ୱର 7ରେ ରାଷ୍ଟ୍ରପତି ପେଡ୍ରୋ କ୍ୟାଷ୍ଟିଲୋଙ୍କୁ ପଦରୁ ହଟାଇ ଦେଇଛନ୍ତି । ଏହାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଉଗ୍ର ପ୍ରଦର୍ଶନ ଏବଂ ରାସ୍ତ ଅବରୋଧ ମଧ୍ୟରେ ପେରୁ ସରକାର ସାରା ଦେଶରେ ଜରୁରୀ ସ୍ଥିତି ଘୋଷଣା କରିଛନ୍ତି ।
ପେରୁରେ ରାଷ୍ଟ୍ରପତି ପେଡ୍ରୋ କ୍ରିଷ୍ଟିଲୋଙ୍କୁ ପଦରୁ ହଟାଯିବା ପରେ ରାଜନୈତିକ ସଂକଟ ସ୍ଥିତି ସୃଷ୍ଟି ହୋଇଛି । ରାଜାନୈତିକ ଅସ୍ଥିରତା ଭିତରେ ଦେଶରେ ସାଧାରଣ ନିର୍ବାଚନ କରାଇବା ନେଇ ଦାବି ନେଇ ପ୍ରଦର୍ଶନ କରାଯାଉଛି । ଏହାରି ଭିତରେ ପ୍ରଦର୍ଶନ ଉଗ୍ର ହେବା ଯୋଗୁଁ ଦୁଇ ଜଣଙ୍କ ଜୀବନ ଯାଇଛି ।
ଗତ ବୁଧବାର ପେରୁ ସଂସଦରେ ରାଷ୍ଟ୍ରପତିଙ୍କୁ କ୍ଷମତାରୁ ବାହାର କରିବା ପାଇଁ ମହାଭିଯୋଗ ପ୍ରସ୍ତାବ ଉପରେ ମତଦାନ ହୋଇଥିଲା । ୧୩୦ ସଦସ୍ୟ ବିଶିଷ୍ଟ ସଂସଦରେ ଏହି ପ୍ରସ୍ତାବ ସପକ୍ଷରେ ୧୦୧ ଭୋଟ ପଡ଼ିଥିଲା । ରାଷ୍ଟ୍ରପତିଙ୍କ ସମର୍ଥନରେ ମାତ୍ର ୬ ଭୋଟ ପଡିଥିଲା । ରିପୋର୍ଟ ଅନୁସାରେ ପେରୁର ସାମ୍ୱିଧାନିକ ଅଦାଲତ ମୁଖ୍ୟ ଫ୍ରାନ୍ସିକୋ ମୋରାଲେସ ମତଦାନ ପୂର୍ବରୁ ଉପରାଷ୍ଟ୍ରପତି ଡିନା ବୋଲୁଆର୍ଟଙ୍କୁ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ବୋଲୁଆର୍ଟ ସଂସଦ ଭଙ୍ଗ ନେଇ କିଷ୍ଟିଲୋଙ୍କ ଯୋଜନାକୁ ଖାରଜ କରିଥିଲେ ।
ଆମେରିକା ମଧ୍ୟ ପେରୁର ପୂର୍ବତନ ରାଷ୍ଟ୍ରପତି ପେଡ୍ରୋଙ୍କ ସଂସଦ ଭଙ୍ଗ ନିଷ୍ପତ୍ତିକୁ ବିରୋଧ କରିଥିଲା । ଆମେରିକା ବିଦେଶ ମନ୍ତ୍ରାଳୟର ମୁଖପାତ୍ର ନେଡ୍ ପ୍ରାଇସ କହିଥିଲେ ଯେ ଆମେ ପେରୁରେ ସମ୍ୱିଧାନ ବିରୋଧୀ ଯେକୌଣସି କାର୍ଯ୍ୟକୁ ବିରୋଧ କରୁଛୁ ।