ପ୍ରତିଶୃତି ପୂରଣ କରିଛୁ .. ଭବିଷ୍ୟତରେ କରିବୁ କହିଲେ ମୁଖ୍ୟମନ୍ତ୍ରୀ , ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ସରକାରଙ୍କ ରିପୋର୍ଟ କାର୍ଡ଼ କଲେ ଉପସ୍ଥାପନ

Published By : Prameya-News7 Bureau | March 05, 2019 IST

ଭୁବନେଶ୍ଵର ୫/୩- ଆଜି  ସଚିଵାଳୟରେ ସରକାରଙ୍କର ରିପୋର୍ଟ କାର୍ଡ଼ ଉପସ୍ଥାପିତ କଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କରିଛନ୍ତି ଏହି ଉପସ୍ଥାପନ ।

ମୁଖ୍ୟମନ୍ତ୍ରୀ କହିଥିଲେ ଆମେ ଲୋକମାନଙ୍କ ପ୍ରତିଶୃତି ପୂରଣ କରିଛୁ ଓ ଭବିଷ୍ୟତରେ ମଧ୍ୟ କରିବୁ । ଲୋକମାନଙ୍କୁ ଦେଇଥିବା କଥା ଆମେ ପୂରଣ କରିଛୁ ।

ଆଶା ଓ ଅଙ୍ଗନଓ୍ଵାଡ଼ି କର୍ମୀଙ୍କ ଠାରୁ  ଆରମ୍ଭକରି ମିଶନଶକ୍ତି , ପଂଚାୟତରାଜ ପ୍ରତିନିଧି, ସରକାରୀ କର୍ମଚାରୀ,ମନ୍ତ୍ରୀ ପରିଷଦଙ୍କ ପାଇଁ ଆଜି ଓଡ଼ିଶା ସରକାରଙ୍କୁ ଏହି ସଫଳତା ମିଳିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଉପସ୍ଥାପନାରୁ ଜଣାଯାଇଛି ୫ବର୍ଷ ମଧ୍ୟରେ ୧୦ଲକ୍ଷ ହେକ୍ଟର ଜମି ଜଳସେଚନ ପାଇଁ ପ୍ରତିଶୃତି ଦିଆଯାଇଥିଲା ।ଆଜିସୁଦ୍ଧା ୯ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁବିଧା କରାଯାଇଛି ।ଚାଷୀଙ୍କୁ ୧ ପ୍ରତିଶତ ସୁଧହାରରେ ଋଣଦେବାକୁ ଚାଷୀଙ୍କୁ ପ୍ରତିଶୃତି ଦିଆଯାଇଥିଲା । ଆଜି କିନ୍ତୁ ଚାଷୀଙ୍କୁ କାଳିଆ ଯୋଜନା ମାଧ୍ୟମରେ ଶୂନ ପ୍ରତିଶତ ସୁଧହାରରେ ଋଣ ଯୋଗାଇଦିଆଯାଉଛି । ସେହିପରି ଦିଆଯାଇଥିବା ପ୍ରତିଶୃତି ଅନୁସାରେ ୨୦ ଲକ୍ଷ ପକ୍କାଘର  ହିତାଧିକାରୀଙ୍କ ପାଇଁ ନିର୍ମାଣ ହୋଇପାରିଛି ।

ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ଉଭୟ ବିପିଏଲ ଓ ଏପିଏଲ ପରିବାରଙ୍କ ପାଇଁ ୫ଲକ୍ଷ ଟଂକାର ଚିକିତ୍ସା ସୁବିଧା ଯୋଗାଇଦିଆଯାଇଛି । ମହିଳାମାନଙ୍କ ପାଇଁ ଏହି ସୁବିଧା ୭ଲକ୍ଷକୁ ବୃଦ୍ଧି କରାଯାଇଛି । ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଠାରୁ ମେଡ଼ିକାଲ କଲେଜ ଯାଏଁ  ମାଗଣା ଔଷଧ ବିତରଣର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 ଖାଦ୍ୟ ସୁରକ୍ଷାର ପ୍ରତିଶୃତି ପୂରଣ ପାଇଁ ୨୦୧୩ ମସିହାରୁ ୧ଟଂକାରେ ଚାଉଳ ଯୋଗାଇ ଦିଆଯାଉଛି । ସାର୍ବଜନୀନ ଶିକ୍ଷାକୁ ଆହୁରି ଗୁଣାତ୍ମକ କରିବାକୁ ୧୯୦ଟି ମଡ଼େଲ ସ୍କୁଲ ପ୍ରତିଷ୍ଠା କରିବାସହ  ଖୁବ୍ ଶୀଘ୍ର  ୩୧୪ଟି ବ୍ଲକରେ ନିର୍ମାଣ ସଂପୂର୍ଣ୍ଣ ହେବ ବୋଲି କହିଛନ୍ତି ।

ବର୍ତ୍ତମାନ ସୁଦ୍ଧା ୧୨ ଲକ୍ଷ ବେକାର ଯୁବକଯୁବତୀଙ୍କୁ ପ୍ରତ୍ୟେକ୍ଷ ଓ ପରୋକ୍ଷଭାବରେ ନିଯୁକ୍ତି ଦିଆଯାଇଛି । ସରକାରୀ ସ୍ତରରେ ୧ଲକ୍ଷ ୧୨ ହଜାରଙ୍କୁ ନିଯୁକ୍ତି ଦିଆଯାଇଛି ।

ମିଶନ ଶକ୍ତି ମାଧ୍ୟମରେ ୬ ଲକ୍ଷ ସ୍ଵଂୟ ସହାୟକ ଗୋଷ୍ଠୀ ଓ ୭୦ଲକ୍ଷ ମହିଳାଙ୍କ ପାଇଁ ବିନା ସୁଧରେ ଋଣ ପ୍ରଦାନ କରାଯାଇଛି ।

ଅନୂସୁଚିତ ଜାତି ଓ ଜନଜାତି ପାଇଁ ୭୦ ହଜାର ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ବୃତ୍ତି ପ୍ରଦାନ କରାଯାଉଛି ।

କାଳିଆ ଯୋଜନାରେ ୪ଲକ୍ଷ ୮୦ ହଜାର ଅତିରିକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ସହାୟତା ଜମା କରିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.