ଭୁବନେଶ୍ବର ଗାନ୍ଧିମାର୍ଗରେ ପାଳିତ ହେଉଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ, କଡା ସୁରକ୍ଷା ବ୍ୟବସ୍ଥା

Published By : Prameya-News7 Bureau | January 26, 2020 IST

ଭୁବନେଶ୍ବର ୨୬।୧: ଆଜି ୭୧ତମ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ବର ଗାନ୍ଧିମାର୍ଗରେ ରାଜ୍ୟସ୍ତରୀୟ ପରେଡ୍ ପାଇଁ ସବୁ ପ୍ରସ୍ତୁତି ସରିଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିବେ । ଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପ୍ରଥମ ଥର ପାଇଁ ଦିଲ୍ଲୀ ଭଳି ଫାଇଲ୍ ମାର୍ଚ୍ଚରେ ହେବ ପରେଡ। ଏସଓଜି ସହ ୪୮ରୁ ଅଧିକ ଟ୍ରୁପ୍ ପରେଡରେ ଭାଗ ନେବେ । ୪ସ୍ତରୀୟ ସୁରକ୍ଷା ବଳ ସହ ସିସିଟିଭି ନଜରରେ ରହିବ ପରେଡ୍  ସ୍ଥଳ। ଏହାଛଡା ପୁରା ରାଜଧାନୀକୁ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ କରାଯାଇଛି । ମାଓ ଅଧିଷ୍ୟୁତ ଅଞ୍ଚଳ ଉପରେ ତୀକ୍ଷ୍ମ ନଜର ରଖାଯାଇଥିବା ପୋଲିସ ଡିଜି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.