ଭୁବନେଶ୍ୱର ୧୧/୧ : ହିତାଧିକାରୀଙ୍କ ଘର ଆଲୋକିତ କରିବ କିଏ ? କେନ୍ଦ୍ର ନା ରାଜ୍ୟ । କେନ୍ଦ୍ରର ଉଜାଲା ଯୋଜନା ପରେ ଏବେ ରାଜ୍ୟ ସରକାର ଆଣିଛନ୍ତି ଆମ ଘରେ ଏଲଇଡି । …
କେନ୍ଦ୍ର ଲାଇଟ୍ ନା ରାଜ୍ୟର ଲାଇଟ୍ ? ଏଣିକି କେନ୍ଦ୍ର ସରକାରଙ୍କର ‘ଉଜାଲା’ ଏଲ୍ଇଡିକୁ କାଉଣ୍ଟର କରିବ ରାଜ୍ୟ ସରକାରଙ୍କର “ଆମ ଘରେ ଏଲଇଡି” । ଆଜି ସଚିବାଳୟରେ ଭିଡିଓ କନଫରେନସିଂରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯୋଜନାରେ କେନ୍ଦ୍ର ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ହିତାଧିକାରୀଙ୍କୁ ମିଳିବ ମାଗଣାରେ ଏଲଇଡି ବଲ୍ବ।ଆଉ ଏହି ଏଲ୍ଇଡି ବଲ୍ବ ମିଳିବ ପିଠା ଶିବରରେ ।ପରିବାର ପିଛା ମିଳିବ ୯ ୱାଟର ୪ଟି ଏଲଇଡି ବଲ୍ବ ।ଏଥିପାଇଁ ରାଜ୍ୟ ସରକାର ୩ କୋଟି ୮୦ ଲକ୍ଷ ଏଲଇଡି ବଲବ କିଣୁଛନ୍ତି ।୯୫ ଲକ୍ଷ ପରିବାର ଏହାଦ୍ବାରା ଉପକୃତ ହେବେ ବୋଲି କହିଛନ୍ତି ଶକ୍ତି ସଚିବ ।…
{"id":72844}ସେପଟେ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଏଲଇଡି ଯୋଜନାକୁ ନେଇ ଚିହିଁକି ଉଠିଛନ୍ତି ବିରୋଧୀ । ପୂର୍ବରୁ କେନ୍ଦ୍ର ସରକାର ଉଜାଲା ଯୋଜନାରେ ଶସ୍ତାରେ ସବୁ ପରିବାରକୁ ଏଲଇଡି ଯୋଗାଉଥିବା ବେଳେ ରାଜ୍ୟ ସରକାର ତାହାର ଅନୁକରଣ କରିଛନ୍ତି ବୋଲି ବିଜେପି କହିଛି । ଯାହାର ଜବାବ ରଖିଛି ବିଜେଡି । ସେପଟେ ଭୋଟର କିନ୍ତୁ ଦୁଇ ଦୁଇଟି ଯୋଜନାରେ ଏଲଇଡି ପାଇ ଖୁସ୍ ।…
{"id":72845}ପୂର୍ବରୁ ଖାଦ୍ୟ ସୁରକ୍ଷା, ସ୍ବାସ୍ଥ୍ୟବୀମା ଯୋଜନା, ସାନିଟାରୀ ନାପକିନ୍ ବଣ୍ଟନ ନେଇ ବିଜେଡି- ବିଜେପି ମୁହାଁମୁହିଁ ହୋଇଥିବା ବେଳେ ଏବେ ରାଜନୀତିର ସେଣ୍ଟରକୁ ଆସିଛି ଏଲ୍ଇଡି ।ଭୋଟ୍ ପୂର୍ବରୁ ଜନତାଙ୍କ ଘର ଆଲୋକିତ କରିବାକୁ କେନ୍ଦ୍ର-ରାଜ୍ୟ ଅଣ୍ଟା ଭିଡ଼ିଥିବା ବେଳେ ଦେଖିବାକୁ ବାକି ରହିଲା ନିର୍ବାଚନରେ କାହା ଘରକୁ ଆଲୋକିତ କରୁଛନ୍ତି ଭୋଟର୍ ।
{"id":72846}