ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ, ବରିଷ୍ଠ ଅଫିସର୍‌ଙ୍କୁ ମିଳିଲା ବଡ଼ ଦାୟିତ୍ୱ

Published By : Prameya-News7 Bureau | June 27, 2021 IST

ଭୁବନେଶ୍ୱର, ୨୭/୦୬: ରାଜ୍ୟରେ ଭାରତୀୟ ପ୍ରଶାସନିକ ସେବା ବା ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି । ଏନେଇ ଗୃହ ବିଭାଗ ବିଜ୍ଞପ୍ତି ଜାରି କରିଛି । ବରିଷ୍ଠ ଆଇଏଏସ୍‌ ଅଧିକାରୀ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ WODCର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ଭାବେ ରାଜ୍ୟ ସରକାର ଦାୟିତ୍ୱ ଦେଇଛନ୍ତି ।

ସେହିପରି ମାଲକାନଗିରି ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଉଥିବା ଆଇଏଏସ୍‌ ଡ. ୱାଇ ବିଜୟଙ୍କୁ ବଦଳି କରାଯାଇଛି । ତାଙ୍କ ସ୍ଥାନରେ ବିଶାଲ୍‌ ସିଂହଙ୍କୁ ମାଲକାନଗିରି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ଡ. ୱାଇ ବିଜୟଙ୍କୁ ପଶୁସଂପଦ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି । ମୋନୀଷା ବାନାର୍ଜୀଙ୍କୁ ବରଗଡ଼ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତି ଜିଲ୍ଲାର ଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଛି । ଅବୋଲି ସୁନୀଲ ନରଭଣେଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଦାୟିତ୍ୱ ମିଳିଛି ।

ଅନ୍ୟପଟେ ବରିଷ୍ଠ ଆଇଏଏସ୍‌ ଅନୁପମ ଶାହାଙ୍କୁ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଭୂପିନ୍ଦର ସିଂହଙ୍କୁ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.