ଗାଡିର ଇନସ୍ୟୁରାନ୍ସ ନଥିଲେ ସାବଧାନ: ରାଜ୍ୟ ସରକାର ନେଲେ କଡା ଆଭିମୁଖ୍ୟ

Published By : Prameya-News7 Bureau | January 15, 2019 IST

ଭୁବନେଶ୍ବର୧୫|୧: ଗାଡ଼ିର ଇନସ୍ୟୁରାନସ ନେଇ କଡ଼ା ଆଭିମୁଖ୍ୟ  ଗ୍ରହଣ କରିଛନ୍ତି ରାଜ୍ୟ ସରାକର । ଇନସ୍ୟୁରାନସ ଠକିଲେ ଏଣିକି ଗଣିବାକୁ ପଡ଼ିବ ତଣ୍ଡ । ଯେ କୌଣସି ସ୍ଥାନରେ ବି ଯାଞ୍ଚ କରିପାରିବ ପରିବହନ ବିଭାଗ ଓ ରାଜ୍ୟ  ପୋଲିସ । ରାଧାକିଷ୍ଣା କମିଟି   ୨୦୧୮ଜାନୁୟାରୀ ମାସରେ ଏହି ନିଷ୍ପତ୍ତି ନେଇଥିଲେ । ସେପଟେ ,ଦିନକୁ ଦିନ ର୍ଦୁଘଟଣା ବଡ଼ୁଥିବାବେଳେ, ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ମଧ୍ୟ ସୁପ୍ରିମକୋର୍ଟ ।

{"id":74431,"width":602,"height":337}

ଗଡ଼ିରେ ଇନସ୍ୟୁରାନସ ନାହିଁ ,ତେବେ ସାବଧାନ । ଏଣିକି ଆଉ ଖସି ପାରିବେନି ଗାଡ଼ିମାଲିକ । କାରଣ ଯେ କୌଣସି ମୁହର୍ତ୍ତରେ ଯେ କୌଣସି ସ୍ଥାନରେ  ପରବିହନ ବିଭାଗ କିମ୍ବା ପୋଲିସ ଯାଞ୍ଚ କରିପାରିରେ ଗାଡ଼ିର ଇନସ୍ୟୁରାସନ । ଆଉ ଏଥି ପାଇଁ ଗାଡ଼ିକୁ ଜବତ କରିବା ସହିତ ମାଲିକଙ୍କୁ ଗଣିବାକୁ ପଡ଼ିବ  ତଣ୍ଡ । ଗାଡ଼ି ଇନସ୍ୟୁରାନସ ନେଇ କଡ଼ା ଅଭିମୁଖ୍ୟ ଗ୍ରହଣ ରକିଛନ୍ତି ରାଜ୍ୟସରାକର । ସୁପ୍ରିମକୋର୍ଟଙ୍କ ଦ୍ବରା ଗଠିତ ରାଧାକ୍ରିଷ୍ଣ କମିଟି   ୨୦୧୮ଜାନୁୟାରୀମାସରେ ଏଭଳି ନିଷ୍ପତ୍ତି ନେଇଥିଲେ । ଏହାର ୧୧ମାସ ପରେ ରାଜ୍ୟସରାକର ବିଜ୍ଞପ୍ତି ପ୍ରକାଶ କରିବା ସହିତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

{"id":74432}

ଦିନକୁ ଦିନ ଦୁର୍ଘଟଣା କମିବ କଣ ବଢିବାରେ ଲାଗିଛି । ଜାତୀୟ ହାରୁ ଠାରୁ ଆଗରେ ରହିଛି ଓଡ଼ିଶା । ଯାହାକୁ ନେଇ ମାନ୍ୟବର ସୁପ୍ରମିକୋଟର୍ର୍ ଉଦବେଗ ପ୍ରକାଶ କରିଥିଲେ । ବିଶେଷ କରି ଇନସ୍ୟୁରାନସ ନଥିବା ଗାଡ଼ି ଦୁର୍ଘଟଣା ହେଲେ ର୍ଦୁଘଟଣା ସମ୍ମୁଖିନ ହେଉ ଥିବା ବ୍ୟକ୍ତି ବିଶେଷ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ତେବେ​‌ ରାଜ୍ୟ ସରକାର ଏଭଳି କଟକଣା ଜାରି ବରିବା ସହିତ ଇନସ୍ୟୁରାନସ ନଥିବା ଗାଡ଼ି ଦୁର୍ଘଟଣା ହେଲେ ସଂପୃକ୍ତ ଗାଡ଼ିକୁ ଜବତ କରି ଅକସନ ଡ଼କାଯିବ ବୋଲି ନିୟମ କରିଛନ୍ତି । ​‌ ଏହି ଅକ୍ସନରୁ ଯେତିକି ଟଙ୍କା ମିଳିବ ସେଥିରୁ  କ୍ଷୟକ୍ଷତି ଭରଣା କରାଯିବ । ଯଦି ଟଙ୍କା କମ ପଡ଼େ ବଳକାଟଙ୍କା ସଂପୃକ୍ତମାଲିକ ଭରଣ କରିବେ ।

{"id":74433}

ବିଳମ୍ବ ହେଲେ ମଧ୍ୟ ସରାକର ଇନସ୍ୟୁରାନସ ନଥିବା ଗାଡି ବାବଦରେ  ନେଇଥିବା ପଦକ୍ଷେପକୁ  କଡ଼ାକଡ଼ି ଲାଗୁ କରବିା ସହିତ ଲଗାତର ଏହାର ଯାଞ୍ଚ କଲେ ନିଶ୍ଚିତ ସୁଫଳ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.