ରାଜ୍ୟରେ ଆଇପିଏସ ସ୍ତରରେ ଅଦଳ ବଦଳ; ବଦଳିଲେ ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଏସପି

Published By : Prameya-News7 Bureau | March 01, 2024 IST

ଭୁବନେଶ୍ବର: ଆଇପିଏସ୍‌ ସ୍ତରରେ ଅଦଳ ବଦଳ। ଶୁକ୍ରବାର ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ପ୍ରକାଶ ୪ ଆଇପିଏସଙ୍କୁ ବଦଳି କରିଛନ୍ତି। ବିଜ୍ଞପ୍ତି ଅନୁସାରେ, ଉତ୍ତର ପୂର୍ବାଞ୍ଚଳ ଆଇଜି ଭାବେ କାର୍ଯ୍ୟ କରୁଥିବା  ୨୦୦୪ ବ୍ୟାଚ୍‌ର ଆଇପିଏସ୍‌ ଡ.ଦୀପକ କୁମାରଙ୍କୁ ପୂର୍ବାଞ୍ଚଳ ଆଇଜି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି।

ଅନ୍ୟପଟେ ପୂର୍ବାଞ୍ଚଳ ଆଇଜି ଭାବେ କାର୍ଯ୍ୟ କରୁଥିବା ୨୦୦୪ ବ୍ୟାଚ୍‌ର ଆଇପିଏସ୍‌ ସତ୍ୟବ୍ରତ ଭୋଇଙ୍କୁ ଉତ୍ତର ପୂର୍ବାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି। ଏଥି ସହିତ ଆଇପିଏସ୍‌ ସତ୍ୟବ୍ରତ ଭୋଇଙ୍କୁ ଅନୁଗୁଳ ପୋଲିସ ଟ୍ରେନିଂ ସେଣ୍ଟରର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ମାଲକାନଗିରିବାସୀଙ୍କ ପାଇଁ ଖୁସି ଖବର : ଆସନ୍ତା ୫ରୁ ଯାତ୍ରୀବାହୀ ବିମାନ ସେବା

ଆହୁରି ମଧ୍ୟ ବର୍ତ୍ତମାନ କେନ୍ଦ୍ରାପଡ଼ା ଏସପି ଥିବା ୨୦୧୧ ବ୍ୟାଚ୍‌ର ଆଇପିଏସ୍‌ ବି.ଯୁଗଳ କୁମାରଙ୍କୁ ଖୋର୍ଦ୍ଧା ଏସ୍‌ପି ଭାବେ ବଦଳି କରାଯାଇଛି। ସେହିଭଳି ଖୋର୍ଦ୍ଧା ଏସ୍‌ପି ଭାବେ କାର୍ଯ୍ୟ କରୁଥିବା ୨୦୧୭ ବ୍ୟାଚ୍‌ର ଆଇପିଏସ୍‌ ସିଦ୍ଧାର୍ଥ କଟାରିଆଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି ଦାୟିତ୍ବ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.