<strong>ବଲାଙ୍ଗୀର ଗସ୍ତରେ ରାଜ୍ୟ ଜଙ୍ଗଲ ଓ ପରିବେଶ </strong>ମନ୍ତ୍ରୀ ପ୍ରଦୀପ ଅମାତ; ବିଭିନ୍ନ ସରକାରୀ ଯୋଜନାର କଲେ ସମୀକ୍ଷା<strong></strong>

Published By : Prameya-News7 Bureau | September 27, 2022 IST

ବଲାଙ୍ଗୀର ୨୭/୦୯: ଜଙ୍ଗଲ ଓ ପରିବେଶ  ବିଭାଗ ଏବଂ ପଞ୍ଚାୟତିରାଜ, ସୂଚନା ଲୋକସଂପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଦିନିକିଆ ବଲାଙ୍ଗୀର ଗସ୍ତରେ ଯାଇଛନ୍ତି I ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ଜିଲ୍ଲାରେ କେତେ ରୂପାନ୍ତରିତ ହେଉଛି ସେନେଇ ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର ସମ୍ମିଳନୀ କକ୍ଷରେ ସେ ସମୀକ୍ଷା କରିଛନ୍ତି I ରାଜ୍ୟ ସରକାରଙ୍କ ଅନେକ ଲୋକାଭିମୁଖୀ ଯୋଜନାରେ ଲୋକେ କେତେ ଲାଭ ପାଉଛନ୍ତି ସେନେଇ ତନ୍ନତନ୍ନ କରି ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ସେ ସମୀକ୍ଷା କରିଛନ୍ତି I ରାଜ୍ୟ ସରକାର ଜିଲ୍ଲାରେ ମନୋରେଗା ଯୋଜନାରେ ଲୋକଙ୍କୁ କାମ ଯୋଗାଇ ଦେଇଛନ୍ତି ଏହାର ସଫଳ କାର୍ଯ୍ୟକାରିତାରୁ ଦାଦନ ସମସ୍ୟା କମିଛି ବୋଲି କୁହାଯାଇଛିI ସେହିପରି ପାନୀୟ ଜଳ, ଜଙ୍ଗଲ ବିଭାଗର ପକ୍ଷରୁ ଆରମ୍ଭ ହୋଇଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ମନ୍ତ୍ରୀ ସମୀକ୍ଷା କରିଛନ୍ତି I

ସମୀକ୍ଷା ବୈଠକରେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଟୁକୁନୀ ସାହୁ, ଜିଲ୍ଲାପାଳ ଚଞ୍ଚଳ ରାଣା, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲ୍ଲା ବନଖଣ୍ଡ ଅଧିକାରୀ, ପିଡି ଡିଆରଡିଏଙ୍କ ସହିତ ବିଭାଗୀୟ ଅଧିକାରୀ ଓ ବିଡିଓମାନେ ଉପସ୍ଥିତ ଥିଲେ I ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କୋଠାର ଆଭିମୁଖ୍ୟ ରହିଛି। ଯେ କୌଣସି ଅଧିକାରୀ ବା କର୍ମଚାରୀ ହୁଅନ୍ତୁ ସେ ଦୁର୍ନୀତି କଲେ ତାଙ୍କ ଉପରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି I ତେବେ ରାଜ୍ୟ ସରକାରଙ୍କ ଜିରୋ ଟଲୋରେନସ ନୀତି ପାଇଁ  ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚୁଛି ବୋଲି ମନ୍ତ୍ରୀ ଅମାତ ଜଣାଇଛନ୍ତି।                                           

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.