ରାଜ୍ୟରେ ବନ୍ୟା ସ୍ଥିତିର ଅପ୍‌ଡେଟ୍ : ଜାଣନ୍ତୁ କେଉଁଠି କ'ଣ ପରିସ୍ଥିତି, ରାଜସ୍ବମନ୍ତ୍ରୀ ବଲାଙ୍ଗୀରରେ କ’ଣ କଲେ ସମୀକ୍ଷା…

Published By : Prameya-News7 Bureau | August 16, 2019 IST

ଭୁବନେଶ୍ବର ୧୬|୮: କେଉଁଠି ଗାଁ ଦାଣ୍ଡରେ ପାଣି ଚାଲିଛି, ତ କେଉଁଠି ଚାଷ ଜମି ଜଳମଗ୍ନ । କେଉଁଠି ରାସ୍ତା ଧୋଇଯାଇଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଅନେକ ସ୍ଥାନରେ ଲୋକେ ଦୁର୍ଦଶା ଭୋଗୁଛନ୍ତି । ମହାନଦୀ ବନ୍ୟାରେ ତିନି ଦିନ ହେଲା କଟକ ବାଙ୍କି ଅଞ୍ଚଳ ଭାସୁଛି । କଇଁଆ ନାଳ, ବାଙ୍କୀ ଡାକବଙ୍ଗଳା ନିକଟରେ ଜଳସ୍ତର ବିପଦ ସଙ୍କେତ ପାଖାପାଖି ରହିଛି । ଅନେକ ସ୍ଥାନରେ ଲୋକେ ପାଓ୍ବାର ବୋଟ୍ ରେ ଯାତାୟତ କରୁଛନ୍ତି । ପ୍ରାୟ ୩୦ ଟି ପାଞ୍ଚାୟତର ଲୋକେ ବିପନ୍ନ ହୋଇଛନ୍ତି।  ଅନେକ ସ୍ଥୁଲ ପାଣିରେ ବୁଡି ଥିବାରୁ ପାଠପଢା ବନ୍ଦ ରହିଛି ।

{"id":145114}

ବଡମ୍ବାରେ ମଧ୍ୟ ସମାନ ଅବସ୍ଥା । ଅନେକ ଅଞ୍ଚଳ ଏବେ ବି ଜଳ ମଗ୍ନ ରହିଛି । ବିଲ ବାଡିରେ ଲହଡି ମାରୁଛି ପାଣି । ମନ୍ଦିରରେ ପାଣି ଜମି ରହିଥିବାରୁ ପାହାଡ ଉପରେ ପୂଜା ପାଉଛନ୍ତି ଭଟ୍ଟାରିକା ।  ସେହିପରି ଅନୁଗୁଳର ଟିକରପଡାର କିଛି ଗାଁରେ ପଶିଛି ପାଣି । ହଜାରେରୁ  ଅଧିକ ପରିବାର ପାଣି ଘେର ରହିଛନ୍ତି । ହଠାତ ପାଣି ଆସିବା ଯୋଗୁଁ ଗାଁ ଲୋକ ମୁଣ୍ଡିଆ ଉପରକୁ ଚାଲି ଯାଇଥିଲେ। ଓଡ୍ରାଫ ଟିମ ଦୁର୍ଗମ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି ।

{"id":145115}

ଖୋର୍ଧା ଜିଲ୍ଲା ଓରବରସିଂହ ଓ ନରଗଡ଼ ପଞ୍ଚାୟତର ରାଜୁଆ ନଦୀରେ ବନ୍ୟା ଆସି ୮ ଟି ଗାଁକୁ ଜଳମଗ୍ନ କରିଦେଇଛି ।  କିଛି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ବାଲିପାଟଣାର ଅନେକ ଗାଁ ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଛି । ଭାର୍ଗବୀ ଜଳସ୍ତର ବଢିବାରୁ ୧୦ ଟି ଗାଁରେ ପାଣି ପାଶିଛି । ଶହଶହ ଏକର ଧାନ ଜମିରେ ପାଣି ମାଡିଯାଇଛି । ରାଜସ-ବାଲିପାଟଣା ଯୋଗାଯୋଗ ବିଛିନ୍ନ ହୋଇଛି ।  ଧନୁଆ ବନ୍ୟାଜଳରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସି ଆସିଛି ।ପୁରୀ ଜିଲ୍ଳାର ବ୍ରହ୍କଗିରି, କଣାସରେ ମଧ୍ୟ ବନ୍ୟାକୁ ନେଇ ଲୋକ ଛାନିଆ । ଭାର୍ଗବୀ ରେ ଘାଇ ଆଶଙ୍କାରେ ନଦୀରେ ବାଲିବସ୍ତା ପକାଇଛି ପ୍ରଶାସନ । ଜଗତସିଂହପୁର ଓ କେନ୍ଦ୍ରାପଡାର କିଛି ଗାଁରେ ମଧ୍ୟ ପାଣି ପଶିଛି ।

{"id":145117}

ବଲାଙ୍ଗିର ଓ ସୁବର୍ଣପୁରରେ ସ୍ଥିତିରେ ସୁଧାର ଆସିଛି । ବନ୍ୟା ଛାଡିଯାଇଥିଲେ ବିପତ୍ତି କମିନି । ଆଜି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ବଲାଙ୍ଗୀର ଯାଇ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ବନ୍ୟାଞ୍ଚଳ ବୁଲିବା ସହ ଜିଲ୍ଲାର ବରିଷ୍ଠ ପଦାଧିକାରୀ ଓ ଲୋକ ପ୍ରତିନିଧିଙ୍କ ସହ ବୈଠକ କରିଛନ୍ତି । ଜଳସଂପଦ ସଚିବ ଏବଂ ଯୁଗ୍ମ ଏସ୍‌ଆରସି କହିଛନ୍ତି ରାଜ୍ୟରେ ବଡ ବନ୍ୟା ଆଶଙ୍କା ନାହିଁ । ଉପରମୁଣ୍ଡରୁ ଜଳ ପ୍ରବାହ କମିବାରୁ ହୀରାକୁଦର ୧୦ ଟି ଗେଟ୍ ବନ୍ଦ କରାଯାଇଛି । ଏବେ ୧୦ ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ପାଣି ।  ଦରକାର ପଡିଲେ ଆହୁରି ଗେଟ୍ ବନ୍ଦ ହୋଇପାରେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.