ଭୁବନେଶ୍ୱର ୧୨।୩: ସଂକଟଗ୍ରସ୍ତ ଇୟେସ୍ ବ୍ୟାଙ୍କରେ ଶ୍ରୀ ଜଗନ୍ନାଥ ମନ୍ଦିର ଟଙ୍କା ଜମା ଘଟଣାରେ ରାଜ୍ୟ ସରକାରଙ୍କର କୌଣସି ଭୂମିକା ନାହିଁ। ଜଗନ୍ନାଥ ମନ୍ଦିରର ପାଣ୍ଠି ମନ୍ଦିର ପରିଚାଳନା କମିଟି ପ୍ରବନ୍ଧନ କରନ୍ତି। ଏଥିରେ ରାଜ୍ୟ ସରକାର କୌଣସି ଦଖଲ ଦିଅନ୍ତି ନାହିଁ ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୁରୁବାର ବିଧାନସଭାରେ କହିଛନ୍ତି।
{"id":237074,"sizeSlug":"large"}ଇୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ନେଇ ଗୃହରେ ଆଗତ ମୁଲତବି ପ୍ରସ୍ତାବ ଚର୍ଚ୍ଚାର ଜବାବରେ ଅର୍ଥମନ୍ତ୍ରୀ ଏହା କହିଛନ୍ତି। ମନ୍ଦିରର ପାଣ୍ଠି ଜମା ଲାଗି ୧୨ ମାର୍ଚ୍ଚ ୨୦୧୯ରେ ବାଣିଜ୍ୟିକ ବ୍ୟାଙ୍କମାନଙ୍କଠାରୁ ପ୍ରସ୍ତାବ ଆହ୍ୱାନ କରାଯାଇଥିଲା। ଏଥିରେ ୧୨ଟି ବ୍ୟାଙ୍କ ସେମାନଙ୍କର ପ୍ରସ୍ତାବ ଦେଇଥିବା ବେଳେ ଇୟେସ୍ ବ୍ୟାଙ୍କ ବାର୍ଷିକ ସର୍ବାଧିକ ୮.୬୧ ପ୍ରତିଶତ ସୁଧହାରରେ ଟଙ୍କା ଜମାଲାଗି ପ୍ରସ୍ତାବ ଦେଇଥିଲା। ଯାହା ଅନ୍ୟ ବ୍ୟାଙ୍କମାନଙ୍କ ସୁଧହାର ଠାରୁ ବେଶ୍ ଉଚ୍ଚ ଥିଲା। ଏଣୁ ବର୍ଷକ ଲାଗି ଜଗନ୍ନାଥ ମନ୍ଦିର ପାଣ୍ଠି ବ୍ୟାଙ୍କରେ ଜମା ରଖାଯାଇଥିଲା।
{"id":237075,"sizeSlug":"large"}ତେବେ ଇୟେସ୍ ବ୍ୟାଙ୍କରେ ଦେଖା ଦେଇଥିବା ପରିସ୍ଥିତିକୁ ନଜରରେ ରଖି ମନ୍ଦିର ପରିଚାଳନା କମିଟି ଗତ ୭ ତାରିଖ ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ପତ୍ର ଲେଖିଛନ୍ତି। ଆରବିଆଇଙ୍କ ଆଞ୍ଚଳିକ ନିର୍ଦ୍ଦେଶକଙ୍କୁ ଲେଖାଯାଇଥିବା ଏହି ପତ୍ରରେ ଇୟେସ ବ୍ୟାଙ୍କରେ ଜମା ଜଗନ୍ନାଥ ମନ୍ଦିର ଟଙ୍କାକୁ କୌଣସି ରାଷ୍ଟ୍ରାୟତ ବ୍ୟାଙ୍କକୁ ଟ୍ରାନ୍ସଫର କରିବା ଲାଗି ନିବେଦନ କରାଯାଇଛି। ସେହିପରି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ଏ ବାବଦରେ ଅର୍ଥମନ୍ତ୍ରୀ ନିଜେ ବ୍ୟକ୍ତିଗତ ନିବେଦନ କରିଥିବା ପୂଜାରୀ ଗୃହକୁ ଜଣାଇଛନ୍ତି।
{"id":237076,"sizeSlug":"large"}ତେବେ ବିରୋଧୀ ଦଳ ଚିଫ୍ ହ୍ୱିପ୍ ମୋହନ ମାଝୀ ଏହି କାରବାରରେ ଅନିୟମିତତା ହୋଇଥିବା ନେଇ ଗୃହରେ ଅଭିଯୋଗ କରିଥିଲେ। ଇୟସ୍ ବ୍ୟାଙ୍କରେ ଟଙ୍କା ଜମା ଲାଗି ୨ ଜଣଙ୍କୁ କମିଶନ ମଧ୍ୟ ମିଳିଥିବାର ସେ କହିଥିଲେ। ଯେଉଁଥିରେ ସେମାନେ ୟୁରୋପ ଟୁର କରିଥିବାର ମାଝୀ ଅଭିଯୋଗ କରି ସମ୍ପୂର୍ଣ୍ଣ ପ୍ରକରଣର ସିବିଆଇ ତଦନ୍ତ ଦାବି କରିଛନ୍ତି।