Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଆଶ୍ରୟ ପକ୍ଷରୁ ରାଜ୍ୟ କନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ; ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଦିଲ୍ଲୀପ ତିର୍କି

3/09/2022 at 12:12 AM

ଜଟଣୀ ୦୩/୦୯: ଓଡିଶା ରାଜ୍ଯ ବ୍ୟାଡମିଣ୍ଟନ ଆସୋସିଏସନ ପକ୍ଷରୁ କନିଷ୍ଠ ରାଜ୍ଯ ଶ୍ରେଣୀ କରଣ ଟୁର୍ଣ୍ଣାମେଣ୍ଟ ଜଟଣୀରେ ଥିବା ଆଶ୍ରୟ ପରିସରରେ ଅନୁଷ୍ଠିତ ହୋଇଛି। ଏହାକୁ ମୁଖ୍ଯଅତିଥି ପଦ୍ମଶ୍ରୀ ଦୀଲିପ ତିର୍କି ଉଦଘାଟନ କରିଥିଲେ। ଏଥିରେ ଓଡ଼ିଶା ରାଜ୍ଯ ବ୍ୟାଡମିଣ୍ଟନ ଆସୋସିଏସନର ସମ୍ପାଦକ ନୀଲିନ୍ କୁମାର, ଉପସଭାପତି ପ୍ରଦୀପ କୁମାର ପଟ୍ଟନାୟକ, ସଭାପତି ଶ୍ରୀଯୁକ୍ତ ବେଣୁଧର ଦାସ, ସାଧାରଣ ସମ୍ପାଦକ ରଞ୍ଜନ କୁମାର ସ୍ୱାଇଁ ସହଯୋଗ କରିଥିଲେ।

ଆଜି୫୬ଟି ମ୍ୟାଚ ଖେଳାହୋଇଛି। ଆଜିର ପ୍ରଥମ ମ୍ୟାଚ ନିକୋଲସ ରେଡେନ୍ (ଖୋର୍ଦ୍ଧା)ଏବଂ ଆୟୁଷ ତ୍ରିପାଠୀଙ୍କ (କୋରାପୁଟ) ମଧ୍ଯରେ ଖେଳାହୋଇଛି। ଶ୍ରୀ ଆୟୁଷ ତ୍ରିପାଠୀ ଏହି ମ୍ୟାଚକୁ  ୨୧/୧୧ ଏବଂ ୨୧/୧୧ ବ୍ୟବଧାନ ରେ ଜିତିଛନ୍ତି। ଏହି ମ୍ୟାଚକୁ ମ୍ୟାଚ ରେଫରି ସ୍ଵାଧୀନ ମିଶ୍ର ପରିଚାଳନା କରିଥଲେ। ଏହି ଟୁର୍ଣ୍ଣାମେଣ୍ଟରେ ଆଶ୍ରୟ ପରିବାରର ସମସ୍ତ କର୍ମକର୍ତା ସହଯୋଗ କରିଥିଲେl

   Related Posts