ଗୁରୁଦିବସ : ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ୱର୍ଦ୍ଧିତ କଲେ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ
5/09/2022 at 8:17 PM

ନୂଆପଡ଼ା ୦୫/୦୯: ଶିକ୍ଷକ ଦିବସରେ ନୂଆପଡା ଜିଲ୍ଲାରେ କ୍ୟାବିନେଟ ମନ୍ତ୍ରୀ ଙ୍କ ନିଆରା କାର୍ଯ୍ୟକ୍ରମ। ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ। କାଞ୍ଚବେନ ରଶିକଲାଲ ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜ୍ଞାନଯ୍ୟୋତି ବିଦ୍ୟାଳୟରେ ଗୁରୁଦିବସ ମହା ସମାରୋହରେ ପାଳିତ ହୋଇଛି। ଏଥିର ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ଓ ସମନ୍ବୟ କ୍ୟାବିନେଟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ କୋମନା ଓ ନୂଆପଡାର ଅନେକ କାର୍ଯ୍ୟରତ ଓ ଅବସରପ୍ରାପ୍ତ ଶିକ୍ଷକ ଯୋଗଦେଇଥିଲେ। ସ୍ବାଗତ ଭାଷଣ ପରେ ମନ୍ତ୍ରୀ ଅବସରପ୍ରାପ୍ତ ଶିକ୍ଷକ,ଶିକ୍ଷୟତ୍ରୀମାନଙ୍କୁ ମଞ୍ଚରେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରିଥିଲେ। ବିଭିନ୍ନ ସମୟରେ ଏହି ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ଲୋକଙ୍କୁ ସହାୟତା କରା ଯାଇଥାଏ। ଆଗାମି ବର୍ଷରେ ୨ଟି ବ୍ଲକର ସମସ୍ତ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିବା ନେଇ ମନ୍ତ୍ରୀ ଘୋଷଣା କରିଛନ୍ତି।