ମଙ୍ଗଳବାର ରାଜ୍ୟ କ୍ୟାବିନେଟ୍ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର
29/11/2022 at 10:27 AM

ଭୁବନେଶ୍ୱର ୨୯।୧୧ : ମଙ୍ଗଳବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ଅନେକ ଗୁରୁତ୍ୱପୂର୍ଣ୍ଣ ଏଜେଣ୍ଡା ଉପରେ ବାଜିପାରେ କ୍ୟାବିନେଟ୍ର ମୋହର ।
ଖବର ଅନୁଯାୟୀ, ମଙ୍ଗଳବାର ସଂଧ୍ୟା ୭ଟା ୧୫ ମିନିଟ୍ରେ ଏହି କ୍ୟାବିନେଟ୍ ବୈଠକ ବସିବ । ତେବେ ଆଜି ବସିଥିବାକୁ ଥିବା ଏହି ବୈଠକରେ କେଉଁ ସବୁ ପ୍ରସ୍ତାବ ଉପରେ ମୋହର ବାଜିବ । ସେନେଇ କିଛି ସୂଚନା ମିଳିନାହିଁ ।