ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ; ୧୭ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ
27/12/2022 at 7:44 PM

ଭୁବନେଶ୍ୱର ୨୭/୧୨: ରାଜ୍ୟ କ୍ୟାବିନେଟ୍ ବୈଠକରେ ପୁଣି ୧୭ଟି ପ୍ରସ୍ତାବରେ ମୋହର ଲାଗିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହା ମଧ୍ୟରେ ଅନୁଗୁଳ ଜିଲ୍ଲାରେ ୨ଟି ପାଇପ୍ ଲାଇନ୍ ଜଳ ଯୋଗାଣ ପ୍ରକଳ୍ପକୁ ଅନୁମତି ମିଳିଛି। ଅନ୍ୟପଟେ ରାଜ୍ୟର ସୁକ୍ଷ୍ମ ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ (MSME) ଶିଳ୍ପ ପାଇଁ ନୂଆ ନୀତି ଆସିଛି।
ଖବର ଅନୁସାରେ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକଙ୍କ ଗ୍ରାଣ୍ଟ-ଇନ୍-ଏଡ୍ ସମୟ ବଢ଼ାଇବାକୁ ମଞ୍ଜୁରୀ ମିଳିଛି। ଠିକ୍ ସେହିପରି ଅନୁଦାନ ପାଇଥିବା ବେସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ମଧ୍ୟ ସମୟସୀମାକୁ ବଢ଼ାଯାଇଛି।
ସେପଟେ ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକକୁ ବିମାନ ଉଡ଼ାଣ ସେବା କାର୍ଯ୍ୟକାରୀ ହେବ। ବିଶ୍ୱବ୍ୟାଙ୍କ ସହାୟତାରେ ଓଡ଼ିଶାରେ କାର୍ଯ୍ୟକାରୀ ହେବ ଓଏସସିଆରଜିପିପି। ଏଥିରେ ଆଳୁ, ପନିପରିବା, ମସଲା ଉତ୍ପାଦନ ବଢ଼ାଇବାକୁ ସ୍ୱତନ୍ତ୍ର ପାଣ୍ଠିକୁ ଅନୁମୋଦିତ ହୋଇଛି।