oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ବିଧାନ ପରିଷଦ ପାଇଁ ଅନୁମୋଦନ ଦେଲା ରାଜ୍ୟ କ୍ୟାବିନେଟ

24/08/2018 at 12:26 AM

ଭୁବନେଶ୍ୱର ୨୪/୮ : ବିଧାନ ପରିଷଦ ସମେତ ୮ ଟି ପ୍ରସ୍ତାବ ଉପରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ | ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟରେ ବିଧାନ ପରିଷଦ ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଛି | ବିଧାନ ସଭାର ଆସନ୍ତା ମୌସୁମୀ ଅଧିବେଶନରେ ବିଧାନ ପରିଷଦ ପାଇଁ ସଂକଳ୍ପ ଆଗତ ହେବ | ଗୃହର ଏକ ତୃତୀୟାଂଶ ସଭ୍ୟ ଏହାକୁ ଅନୁମୋଦନ ପ୍ରଦାନ କରିବା ପରେ ପ୍ରସ୍ତାବ କେନ୍ଦ୍ରକୁ ପଠାଯିବ | ପ୍ରସ୍ତାବିତ ବିଧାନ ପରିଷଦ ପୁରୁଣା ବିଧାନ ସଭା କୋଠାରେ ଚାଲିବ ବୋଲି କ୍ୟାବିନେଟ ଆପାତତଃ ନିଷ୍ପତ୍ତି ନେଇଛି | ବିଧାନ ପରିଷଦକୁ ନେଇ ବିରୋଧୀମାନେ ବରାବର ସମାଲୋଚନ କରିଆସିଛନ୍ତି | ଏହା କେବଳ ଏକ ଥଇଥାନ କେନ୍ଦ୍ର ହେବ ବୋଲି ବିରୋଧୀ ମତ ପ୍ରଦାନ କରିଛନ୍ତି | ବିଧାନ ପରିଷଦ ଗଠନ କରିବା ପାଇଁ ପୂର୍ବରୁ ବିଧାନ ସଭାର ଏକ କମିଟି ବିଭିନ୍ନ ରାଜ୍ୟ ଗସ୍ତ କରି ସେଠାରେ କିଭଳି ବିଧାନ ପରିଷଦ କାମ କରୁଛି ତାହା ଅନୁଧ୍ୟାନ କରିଥିଲା | ଶେଷରେ ରାଜ୍ୟରେ ତେଲେଙ୍ଗାନା ଢାଞ୍ଚାରେ ବିଧାନ ପରିଷଦ ଗଠନ ପାଇଁ କମିଟି ପ୍ରସ୍ତାବ ଦେଇଥିଲା |

   Related Posts