oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲୁଲୁ ମହାପାତ୍ରଙ୍କ ୫୭ତମ ରାଜ୍ୟସ୍ତରୀୟ ଜନ୍ମଜୟନ୍ତୀ ପାଳିତ, ରକ୍ତଦାନ ଶିବିର ଆୟୋଜିତ

14/02/2021 at 8:06 PM

ଭୁବନେଶ୍ଵର  ୧୪।୦୨: ସ୍ଵର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୭ ତମ ରାଜ୍ୟସ୍ତରୀୟ ଜୟନ୍ତୀ ରବିବାର ଭୁବନେଶ୍ଵର ସ୍ଥିତ ଇନଷ୍ଟିଟ୍ୟୁଟ ଅଫ ଇଞ୍ଜିନିୟରର୍ସରେ ଆୟୋଜିତ ହୋଇଛି। ଏହି ଅବସରରେ ରାଜସ୍ତରୀୟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ଲୁଲୁଙ୍କ ଶୁଭେଚ୍ଛୁ ଏବଂ ତାଙ୍କ ଦ୍ଵାରା ଅନୁପ୍ରାଣିତ ଯୁବପିଢି ରକ୍ତ ଦାନ କରିଛନ୍ତି। ଏହି ଅବସରରେ ସାମାଜିକ ଅନୁଷ୍ଠାନକୁ ଗୋ-ସେବା ପାଇଁ ଏକ ଗାଡି ଲୋକାର୍ପିତ ହୋଇଛି।

ଅମୀୟକାନ୍ତ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ସ୍ମୁତିସଭାରେ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଅତିଥି ଭାବେ ଯୋଗ ଦେଇ ଲୁଲୁଙ୍କ ସ୍ମୁତିଚାରଣ କରିଥିଲେ। ଲୁଲୁଙ୍କ ଜୟନ୍ତୀ ଅବସରରେ ଆୟୋଜିତ ରକ୍ତଦାନ ଶିବିରକୁ ଅତିଥିମାନେ ଉଦଘାଟନ କରିଥିଲେ। ଏଥିରେ ୨୦୦ରୁ ଅଧିକ ସ୍ଵେଚ୍ଛାସେବୀ ରକ୍ତଦାନ କରିଛନ୍ତି।

ଏଥିସହ ଦ୍ଵୈତନଗରୀରେ ଗୋସେବା କରୁଥିବା କଳିଙ୍ଗ ସେନା ଜରିଆରେ ଏକ ଚାରିଚକିଆ ଯାନ ଲୋକାର୍ପଣ କରାଯାଇଛି।  ଏହି ଅନୁଷ୍ଠାନ ଟ୍ୱିନ୍‌ ସିଟିରେ ଥିବା ବୁଲା ଗାଈ ଷଣ୍ଢଙ୍କ ସେବା କରୁଥିବାରୁ  ଲୁଲୁଙ୍କ ଜୟନ୍ତୀ ଅବସରରେ ଏହି ଗାଡ଼ି ପ୍ରଦାନ କରାଯାଇଛି । ଅମୀୟ ଦାସ ତାଙ୍କ ବକ୍ତବ୍ୟରେ ଲୁଲୁଙ୍କ ଅବଦାନ, ତାଙ୍କ ବନ୍ଧୁତ୍ଵ ଓ ଯୁବ-ଛାତ୍ରଙ୍କ ପାଇଁ ତାଙ୍କ ପ୍ରେରଣା ବଖାଣିବା ବେଳେ ନିକଟରେ ସଂସଦରେ କଂଗ୍ରେସ ନେତା ଗୁଲାମନବୀ ଆଜାଦ ରଖିଥିବା ବକ୍ତବ୍ୟ ବର୍ଣ୍ଣନା କରିଛନ୍ତି। ଲୁଲୁ ଭାଇ କିପରି ସାରା ରାଜ୍ୟରେ ଓ ଜନମାନସରେ ଏବେ ବି ରହିଛନ୍ତି ତାହା କହିଥିଲେ।

ଏହି ଅବସରରେ ସମାଜର ଚତୁର୍ଥସ୍ତମ୍ଭ ତଥା ସମାଜକୁ ସଠିକ୍ ଦିଗଦର୍ଶନ ଦେଖାଉଥିବା ଗଣମାଧ୍ୟମର କିଛି ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ସମାଜ ପ୍ରତି ସେମାନଙ୍କର ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ଛଡ଼ା ଲୁଲୁ ମହାପାତ୍ର ସ୍ମୃତି କମିଟି ପକ୍ଷରୁ ମଧ୍ୟ ଲୋହିଆ ଏକାଡେମି ଠାରେ ତାଙ୍କ ଜୟନ୍ତୀ ଅବସରରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।

ସୂଚନାଯୋଗ୍ୟ, ପୂର୍ବତନ  ବରିଷ୍ଠ କଂଗ୍ରେସ ନେତା ସ୍ଵର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ୧୯୬୪ ଫେବୃଆରୀ ୧୪ରେ ଜନ୍ମଗ୍ରହଣ କରିଥିଲେ। ସେ କଂଗ୍ରେସର ଜଣେ  ବରିଷ୍ଠ ଏବଂ ରାଜ୍ୟର ଜଣେ ଟାଣୁଆ ନେତା ଥିଲେ। ସେ ୧୯୯୫, ୨୦୦୦ ଓ ୨୦୦୪ରେ ତିନି ଥର ବ୍ରହ୍ମଗିରି ନିର୍ବାଚନୀ ମଣ୍ଡଳୀରୁ  ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଜଣେ ସଚ୍ଚୋଟ, ନିର୍ଭୀକ ଏବଂ ମେଳାପି ନେତା ଥିଲେ। ଶାସକଠୁ ନେଇ ବିରୋଧୀ ସମସ୍ତଙ୍କ ପ୍ରିୟପାତ୍ର ଥିଲେ ଲୁଲୁ। ହେଲେ ୨୦୧୬ ନଭେମ୍ଵର ୬ରେ ତାଙ୍କର ଦେହାନ୍ତ ଘଟିଥିଲା।

   Related Posts