Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦିନିକିଆ ବ୍ରହ୍ମପୁର ଗସ୍ତରେ ରାଜ୍ୟ ବିଜେପି ସଭାପତି, ବିଜେଡିକୁ କଲେ ପ୍ରଶ୍ନ- ୨୪ ବର୍ଷରେ କ’ଣ କାମ କରିଛ ପ୍ରମାଣ ଦିଅ

28/05/2023 at 5:43 PM

ବ୍ରହ୍ମପୁର: ଆଜି ଦିନିକିଆ ଗଞ୍ଜାମ ଗସ୍ତ କରିଛନ୍ତି ରାଜ୍ୟ ବିଜେପି ସଭାପତି ମୋନମୋହନ ସାମଲ । ପ୍ରଥମେ ଛତ୍ରପୁର ଠାରେ ମନ କି ବାତ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତାଙ୍କ ସହ ସଙ୍ଗଠନ ନେଇ ଆଲୋଚନା କରିଥିଲେ । ଏହାପରେ ବ୍ରହ୍ମପୁରରେ ପହଞ୍ଚିଥିଲେ ମମହୋନ ସାମଲ । ବ୍ରହ୍ମପୁରରେ ପହଞ୍ଚିବା ପରେ ସହରର ଗିରିରୋଡ ସ୍ଥିତ ପାଢ଼ୀ ସେଲିବ୍ରେସନ ଠାରେ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଏଥିରେ ରାଜ୍ୟ ସଭାପତି ମୋନମୋହନ ସାମଲଙ୍କୁ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମୟରେ ସାମଲ ରାଜ୍ୟ ସରକାରଙ୍କୁ ଶାଣିତ ସ୍ଵରରେ ହମଲା କରିଛନ୍ତି।

ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲାରେ କିଭଳି ରହିଛି ବିଜେପିର ସ୍ଥିତ ଓ ଆଗକୁ କିଭଳି ଦଳକୁ ଆହୁରି ସୁଦୃଢ଼ କରାଯିବ ସେ ନେଇ ଆଲୋଚନା ହୋଇଥିଲା । ଏହି ଅବସରରେ ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସ ବିଜେପି ରାଜ୍ୟ ସଭାପତି ମନମୋହଲ ସାମଲଙ୍କ ସହ ସାକ୍ଷାତ କରିଥିଲେ । ରାଜନୀତିରୁ କିଛି ବର୍ଷ ହେଲା ଦୂରେଇ ରହିଥିବା ଶିବ ଶଙ୍କର ଦାସ ହଠାତ ବିଜେପି ରାଜ୍ୟ ସଭାପତିଙ୍କୁ ସାକ୍ଷାତ ନେଇ ଚର୍ଚ୍ଚା ଜୋର ଧରିଛି । ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ହେବ ଶାସନ କରୁଥିବା ବେଳେ ବେଳେ କଣ ସବୁ କାମ କରିଛନ୍ତି ରାଜ୍ୟ ସରକାର ତାହାର ପ୍ରମାଣ ଦେବାକୁ ପଡିବ । କାହିଁକି ରାଜ୍ୟର ହଜାର ହଜାର ଶ୍ରମିକ ମାନେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ବୋଲି ବିଜେପି ରାଜ୍ୟ ସଭାପତି ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି, ଏତେ ବର୍ଷର ଶାସନ ପରେ କେତେ ପ୍ରତିଶତ ଦାରିଦ୍ରତା କମିଛି, ନବୀନ ବାବୁ ଶାସନ କାଳରେ ଓଡିଶାକୁ ବିକାଶ କ୍ଷେତ୍ରରେ ଆହୁରି ୫୦ ବର୍ଷ ପଛକୁ ନେଇ ଯାଇଛନ୍ତି । ନବୀନ ବାବୁ ଏହି ସବୁ ପ୍ରସଙ୍ଗରେ ଉତ୍ତର ଦେବାକୁ ପଡିବ । ଆସନ୍ତା ମେ ୩୦ରୁ ଜୁନ ୩୦ ବିଜେପିର ଶାସନକୁ ୯ ବର୍ଷ ପୂର୍ତ୍ତି ଅବସରରେ ୯ ବର୍ଷ ମଧ୍ୟରେ କଣ ସବୁ ବିଜେପି ଲୋକଙ୍କ ପାଇଁ କରିଛି ତାହା ଘରକୁ ଘର ବୁଲି କହିବ । ବିଜେପି ଆସିଲେ ଗଞ୍ଜାମ ଜିଲ୍ଲାରେ ୯୦ ପ୍ରତିଶତ ଜଳସେଚନ ବ୍ୟବସ୍ଥା କରିବା ସହ ଲୋକଙ୍କୁ ରୋଜଗାର ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗାଇଦେବ ବୋଲି କହିଛନ୍ତି ରାଜ୍ୟ ସଭାପତି ମୋନମୋହନ ସାମଲ ଗଣ ମାଧ୍ୟମକୁ କହିଛନ୍ତି । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ ।

ଏ ଖବର ପଢନ୍ତୁ- ସମ୍ବଲପୁରର ନୂତନ ଏସପି ଭାବେ ଯୋଗ ଦେଲେ ମୁକେଶ କୁମାର ଭାମୁ, କହିଲେ ନିଜର ଲକ୍ଷ୍ୟ

   Related Posts