ଉଷୁନା ଚାଉଳ କିଣା ରାଜନୀତି : ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିଜେପି

Published By : Prameya-News7 Bureau | October 11, 2021 IST

ଭୁବନେଶ୍ବର ୧୧।୧୦: ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅତିରିକ୍ତ ଉଷୁନା ଚାଉଳ କିଣିବା ପାଇଁ ଚିଠି ଲେଖିଛନ୍ତି । ଓଡିଶା ସରକାରଙ୍କର ଚାଷୀଙ୍କ ପ୍ରତି କେତେ ଦରଦ ଏବଂ ମିଲରମାନଙ୍କର ସ୍ବାର୍ଥ ରକ୍ଷା ପାଇଁ ସରକାର କେତେ ତତ୍ପର ତାହା ଏହି ଚିଠିରୁ ଜଣାପଡୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି । ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ଖାଦ୍ୟ ଯୋଗାଣ ସଚିବ ସମସ୍ତ ରାଜ୍ୟର ସଚିବମାନଙ୍କୁ ନେଇ ବୈଠକ ଡାକିଥିଲେ । ସେହି ବୈଠକକୁ ଆଧାର କରି ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି, ବୈଠକରେ ରାଜ୍ୟ ସରକାରଙ୍କ ସଚିବ କାହିଁକି ସଚିବ ଚୁପ୍ ବସିଲେ । ୨ ମାସ ପରେ ମୁଖ୍ୟମନ୍ତ୍ରୀ କାହିଁକି ଚିଠି ଲେଖିଲେ । ବୈଠକ ପରେ ସାଙ୍ଗେ ସାଙ୍ଗେ ଚିଠି କାହିଁକି ଲେଖିଲେ ନାହିଁ । ନବୀନ ସରକାର ମିଲରମାନଙ୍କ ଜରିଆରେ ଧାନ କିଣାବିକା କରୁଛନ୍ତି । ୧୦ରୁ ୧୫ କିଲୋଗ୍ରାମ କଟନୀ ଛଟନୀ କରି ଧାନ କିଣାଯାଉଛି । ୭ ହଜାର ଚାଷୀଙ୍କର ଟୋକନ ଲ୍ୟାପ୍ସ ହୋଇଗଲା ।

କେନ୍ଦ୍ର ସରକାର ବସ୍ତା, ଲେବର ଚାର୍ଜ, ପରିବହନ ପଇସା ଚାଷୀ ପାଉନାହାନ୍ତି । ମିଲରଙ୍କ ଜରିଆରେ ଓ ପରିବହନ ଖର୍ଚ୍ଚ ନଦେଇ ଚାଷୀଙ୍କୁ ଲୁଟ୍ କରାଯାଉଛି । ମୁଖ୍ୟମନ୍ତ୍ରୀ କାହିଁକି ଟୋକନ ଲ୍ୟାପ୍ସ ହୋଇଥିବା ଚାଷୀଙ୍କ ଧାନ କିଣିବା ପାଇଁ କାହିଁକି ନିର୍ଦ୍ଦେଶ ଦେଲେନାହିଁ । ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନାରେ ସମ୍ପୂର୍ଣ୍ଣ ଚାଷୀଙ୍କ ତାଲିକା କାହିଁକି ରାଜ୍ୟ ସରକାର ଦେଉନାହାନ୍ତି । କାହା ସ୍ବାର୍ଥରେ ଓଡିଶା ସରକାର । ମିଲରମାନେ ଏଠି ମଲିକ ।

ଓଡିଶାର ଚାଷୀ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଅଛନ୍ତି । ତେଣୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ପ୍ରଭବିତ କରିବା ପାଇଁ ଓ ମିଲରମାନଙ୍କ ଲାଭ ପାଇଁ ସରକାର ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ଭୟଭୀତ ହୋଇ ଚିଠି ଲେଖିଛନ୍ତି । କେନ୍ଦ୍ରକୁ ଦୋଷ ଦେବା ପାଇଁ ରାଜ୍ୟ ସରକାରଙ୍କର ଏହା ପ୍ରାକ୍ ପ୍ରସ୍ତୁତି । ଏବେ ବି ମିଲରମାନଙ୍କ ପାଖରେ ଲକ୍ଷ ଲକ୍ଷ ଟନ୍ ଧାନ ଗଚ୍ଛିତ ରଖିଛନ୍ତି । ଏବେ ଧାନ ଟୋକନ୍ ଲ୍ୟାପ୍ସ ହେବ । ମିଲରମାନେ ଯେଉଁ ଚାଉଳ କମ୍ ଦରରେ ଚାଉଳ କିଣି ଗଚ୍ଛିତ ରଖିଛନ୍ତି । ସେଗୁଡିକୁ ବିକ୍ରି କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଚିଠି ଲେଖିଛନ୍ତି । ଦୀର୍ଘ ୨୧ ବର୍ଷ ଶାସନରେ ରହିବା ପରେ ମଧ୍ୟ ଧାନ ସଂରକ୍ଷଣ କରିବା ପାଇଁ ସରକାର ବ୍ୟବସ୍ଥା କରୁନାହାନ୍ତି ବୋଲି ପ୍ରଦୀପ ପୁରୋହିତ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.