ଓକିଲ ଆନ୍ଦୋଳନକୁ ନେଇ ଷ୍ଟେଟ ବାର କାଉନସିଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା, ପୋଲିସ୍ ରିପୋର୍ଟ ଅନୁସାରେ ହେବ କାର୍ଯ୍ୟାନୁଷ୍ଠାନ
13/12/2022 at 6:14 PM

କଟକ, ୧୩।୧୨: ରାଜ୍ୟରେ ଲାଗି ରହିଥିବା ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଷ୍ଟେଟ ବାର କାଉନସିଲ କର୍ତ୍ତୃପକ୍ଷ । ସୁପ୍ରିମକୋର୍ଟ ଏବଂ ବାର କାଉନସିଲ ଅଫ ଇଣ୍ଡିଆଙ୍କ ନିର୍ଦ୍ଦେଶ ମୁତାବକ ଆନ୍ଦୋଳନକାରୀ ଓକିଲଙ୍କ ବିରୋଧରେ ପଦକ୍ଷେପ ନିଆ ସରିଛି ବୋଲି କହିଛନ୍ତି ଷ୍ଟେଟ ବାର କାଉନସିଲର ସଚିବ । ତେବେ ଆନ୍ଦୋଳନ ଏବଂ କୋର୍ଟ ପରିସରରେ ଭଙ୍ଗା ରୁଜା କରିଥିବା ଓକିଲମାନଙ୍କ ବାବଦରେ ପୁଲିସ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସେ ନେଇ ପ୍ରଶ୍ନ କରିଛନ୍ତି ।
ପୋଲିସର ରିପୋର୍ଟ ପାଇଲା ପରେ ବାର କାଉନସିଲ ପରବର୍ତ୍ତୀ ପଦକ୍ଷେପ ନେବ । ବିଶେଷ କରି ପୋଲିସର ରିପୋର୍ଟ ଅଧାରରେ ପ୍ରକୃତ ଆନ୍ଦୋଳନକରୀଙ୍କୁ ଚି଼ହ୍ନଟ କରାଯିବ ବୋଲି ବାର କାଉନସିଲ ସଚିବ କହିଛନ୍ତି । ତେବେ ସମସ୍ତ ଓକିଲ ଆନ୍ଦୋଳନ ପ୍ରତ୍ୟାହାର କରିବା ସହିତ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଆଜି ପୁଣିଥରେ ଅନୁରୋଧ କରିଛି ଷ୍ଟେଟ ବାର କାଉନସିଲ ।