Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

୪୦ କୋଟି ଗ୍ରାହକଙ୍କୁ ଝଟକା ଦେଲା SBI, ଯାହା ଆପଣଙ୍କର ଜମା ରାଶି ଉପରେ ପକାଇବ ପ୍ରଭାବ

14/03/2020 at 4:27 PM

ନୂଆଦିଲ୍ଲୀ ୧୪।୦୩: ଦେଶର ସବୁଠୁ ବଡ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନିଜର କୋଟି କୋଟି ଗ୍ରାହକଙ୍କୁ ବଡ ଝଟକା ଦେଇ ସଞ୍ଚୟ ଖାତା ଉପରେ ସୁଧ ଦର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି। ବ୍ୟାଙ୍କ ପକ୍ଷରୁ ଜାରି ବୟାନ ଅନୁଯାୟୀ, ଖାତାରେ ଜମା ଏକ ଲକ୍ଷ ଟଙ୍କା ଉପରେ ଏବେ ୦.୨୫ ପ୍ରତିଶତ କମ ସୁଧ ମିଳିବ। ଏସବିଆଇର ଏହି ନିଷ୍ପତ୍ତିରେ ୪୦ କୋଟି ଗ୍ରାହକଙ୍କ ଉପରେ ପ୍ରଭାବ ପଡିବାକୁ ଯାଉଛି।

ବ୍ୟାଙ୍କ ସମସ୍ତ ସଞ୍ଚୟ ଖାତାଧାରୀଙ୍କ ସଞ୍ଚୟ ଖାତା ଉପରେ ସୁଧ ଦରରେ ତର୍କସଙ୍ଗତ କରି ଏବେ ଏହାକୁ ୩ ପ୍ରତିଶତ କରିଛି। ଏହା ପୂର୍ବରୁ ୧ ଲକ୍ଷ ଟଙ୍କା ଉପରେ ସଞ୍ଚୟଧାରୀଙ୍କୁ ୩.୨୫ ପ୍ରତିଶତ ସୁଧ ମିଳୁଥିଲା। ସେହି ପରି ଏକ ଲକ୍ଷରୁ ଅଧିକ ଉପରେ ୩ ପ୍ରତିଶତ ସୁଧ ରହି ଥିଲା।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଏସବିଆଇ ପୁଣି ଥରେ ଫିକ୍ସ ଡିପୋଜିଟ୍ ଉପରେ ମଧ୍ୟ ସୁଧ ଦର ହ୍ରାସ କରିଥିଲା। ଏବେ ପୁଣି ଥରେ ସୁଧ ଦରରେ ହ୍ରାସ କରିଛି ଦେଶର ସବୁଠୁ ବଡ ବ୍ୟାଙ୍କ। ବ୍ୟାଙ୍କ ୪୫ ଦିନର ଅବଧି ବିଶିଷ୍ଟ ସର୍ଟ ଟର୍ମ ଏଫଡି ଉପରେ ସୁଧ ଦର ୦.୫୦ ପ୍ରତିଶତ କମ କରିଛି। ଏହା ମାର୍ଚ୍ଚ ୧୦ରୁ ଲାଗୁ ହୋଇ ଯାଇଛି।

ନୂତନ ଦର ଅନୁଯାୟୀ, ୭ ରୁ ୪୫ ଦିନର ଏଫଡି ଉପରେ ୪ ପ୍ରତିଶତ ସୁଧ ମିଳିବ, ଯାହା ପୂର୍ବେ ୪.୫୦ ପ୍ରତିଶତ ଥିଲା। ଏହା ବ୍ୟତୀତ ୧ ବର୍ଷ କିମ୍ବା ସେଥିରୁ ଅଧିକ ଅବଧି ବିଶିଷ୍ଟ ଏଫଡି ପାଇଁ ସୁଧ ଦରରେ ୦.୧୦ ପ୍ରତିଶତ ହ୍ରାସ କରିଛି। ଏହା ଉପରେ ପୂର୍ବେ ୬ ପ୍ରତିଶତ ସୁଧ ମିଳୁଥିଲା।

   Related Posts