Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

SBI ଋଣ ଉପରେ ବଢିଲା ସୁଧହାର, ଜାଣନ୍ତୁ କେତେ?

15/03/2023 at 9:07 PM

ମୁମ୍ବାଇ ୧୫।୩: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଋଣ ଉପରେ ସୁଧହାର ବୃଦ୍ଧି କରିବା ଗ୍ରାହକଙ୍କୁ ଝଟକା ଦେଇଛି। ବ୍ୟାଙ୍କ ବେଞ୍ଚମାର୍କ ପ୍ରାଇମ ଲେଣ୍ଡିଂ ରେଟ୍ (ବିପିଏଲଆର) ଓ ବେସ୍ ହାରରେ ୦.୭୦ ପ୍ରତିଶତ ବୃଦ୍ଧି କରିଛନ୍ତି। ଫଳରେ ଗ୍ରାହକଙ୍କ ଇଏମଆଇ ବଢି ଯାଇଥିବା ବେଳେ ନୂଆ ହାର ବୁଧବାର ଲାଗୁ ହୋଇଯାଇଛି। ଏସବିଆଇ ୱେବସାଇଟ୍‌ ମୁତାବକ ମାର୍ଚ୍ଚ ୧୫ ତାରିଖରୁ ବିପିଏଲଆରରେ ୦.୭୦ ପ୍ରତିଶତ ବୃଦ୍ଧି ହୋଇଛି।

ସୁଧହାରରେ ଏହି ବୃଦ୍ଧି ଯୋଗୁ ଏପର୍ଯ୍ୟନ୍ତ ପ୍ରଚଳିତ ୧୪.୧୫ ପ୍ରତିଶତ ସୁଧହାର ୧୪.୮୫ ପ୍ରତିଶତକୁ  ପହଞ୍ଚିଛି। ଏହି ବୃଦ୍ଧି ପରେ ବ୍ୟାଙ୍କର ବେଶ୍ ସୁଧହାରରେ ୯.୪୦ ପ୍ରତିଶତରୁ  ବୃଦ୍ଧି ହୋଇ ୧୦.୧୦ ପ୍ରତିଶତ ହୋଇଯାଇଛି। ଏସବିଆଇ ଏହା ପୂର୍ବରୁ ୧୫ ଡିସେମ୍ବର ୨୦୨୨ରେ ତାଙ୍କ ବିପିଏଲଆରରେ ବୃଦ୍ଧି କରିଥିଲେ। ଏସବିଆଇଙ୍କ ବିପିଏଲଆର ଓ ବେସ୍ ସୁଧହାର ବୃଦ୍ଧିର ସିଧା ପ୍ରଭାବ ବ୍ୟାଙ୍କର ପୁରୁଣା ଗ୍ରାହକଙ୍କ ଉପରେ ପଡିବ। ଫଳରେ ଋଣ ମହଙ୍ଗା ହେବା ସହ ଲୋନର ଇଏମଆଇ ମଧ୍ୟ ବଢିଯିବ।

ତେବେ ଏସବିଆଇ ତାଙ୍କର ମନି ବେସଡ ଲେଣ୍ଡିଂ ରେଟ (ଏମବିଏଲଆର)ରେ କୌଣସି ପରିବର୍ତ୍ତନ କରି ନାହାନ୍ତି। ହେଲେ ଏହା ପୂର୍ବରୁ ଗତ ଫେବୃଆରୀ ୧୫ ତାରିକରେ ଏମବିଏଲଆର ହାରରେ ୦.୧୦ ପ୍ରତିଶତ ବୃଦ୍ଧି  ହୋଇଥିଲା।   

   Related Posts