ଆଗକୁ ବିଧାନସଭା ନିର୍ବାଚନ; ଜାଣନ୍ତୁ ଗୁଜରାଟ ରାଜନୀତିକୁ ନେଇ କଣ କହିଲେ ଅରବିନ୍ଦ କେଜରିୱାଲ୍‌?

Published By : Prameya-News7 Bureau | August 07, 2022 IST

ଗୁଜୁରାଟ ରାଜନୀତିରେ ହୋଇପାରେ ବଡ଼ ସମୀକରଣ!

ଗୁଜୁରାଟ ବିଜେପିରେ ବିଲିନ ହେବକି ଗୁଜୁରାଟ କଂଗ୍ରେସ?

ଭଡ଼ଦୋରା ୦୭/୦୮: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମି ପାର୍ଟି (ଆପ)ର ମୁଖ୍ୟ ଅରବିନ୍ଦ କେଜରିୱାଲ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଏହା ମଧ୍ୟରେ ସେ ଗୁଜରାଟର ରାଜ୍ୟ ବିଜେପି ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଖୁବଶୀଘ୍ର ଗୁଜରାଟରେ କଂଗ୍ରେସ ବିଜେପିରେ ବିଲିନ ହୋଇଯିବ।

ସାମ୍ୱାଦିକମାନଙ୍କ ସହିତ କଥାହେବା ସମୟରେ ଅରବିନ୍ଦ କେଜରିୱାଲ କହିଛନ୍ତି ''ଗୁଜରାଟରେ ବିଜେପି ଓ ଆପ୍ ମଧ୍ୟରେ ନିର୍ବାଚନରେ ଲଢ଼େଇ ହେବ। ଗୁଜରାଟ ବିଜେପିରେ ଗୁଜରାଟ କଂଗ୍ରେସ ବିଲିନ ହେବାକୁ ଯାଉଛି। ବିଜେପି ଓ କଂଗ୍ରେସ ମଧ୍ୟରେ ତୁତୁ-ମେମେ ସରିବାକୁ ଯାଉଛି। ଗୋଟିଏ ପଟେ ବିଜେପିର ୨୭ ବର୍ଷର ଖରାପ ଶାସନ ଓ ଅନ୍ୟ ପଟେ ଆପ୍‌ର ନୂଆ ରାଜନୀତି ରହିଛି''।

ଆଗାମି ଗୁଜରାଟ ବିଧାନସଭା ନିର୍ବାଚନକୁ ଆଖିଆଗରେ ରଖି କେଜରିୱାଲ ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ସୁଧାର ଓ ମାଗଣା ବିଜୁଳି ଯୋଗାଇବାର ପ୍ରତିଶୃତି ଦେଇଛନ୍ତି। କେଜରିୱାଲ ଦାବିକରି କହିଛନ୍ତି ପଞ୍ଜାବରେ ୨୫ ଲକ୍ଷ ଲୋକଙ୍କ ଘର ବିଜୁଳି ଖର୍ଚ୍ଚ ୦ (ଶୂନ) ଆସିଛି ଓ ଦିଲ୍ଲୀରେ ଅନେକ ଲୋକଙ୍କୁ ଏହି ସୁବିଧା ମିଳୁଛି। ମାଗଣା ବିଜୁଳି ଆମର ପ୍ରଥମ ପ୍ରତିଶୃତି। ଗୁଜରାଟରେ ବିଜୁଳି ଖର୍ଚ୍ଚକୁ ନେଇ ଲୋକମାନେ ଦୁଃଖିତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.