ରାସ୍ତା ଉନ୍ନତିକର ପାଇଁ ଶିଳାନ୍ୟାସ କଲେ ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
4/09/2022 at 11:06 PM

ଚୌଦ୍ୱାର ୦୪/୦୯: ରାଜ୍ୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଚାରିବାଟିଆରୁ ଡମଣି ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିଛନ୍ତିl ପୂର୍ତ୍ତ ବିଭାଗ ଦ୍ଵାରା ଏହି କାର୍ଯ୍ୟ ପାଇଁ ୫ କୋଟି ୧୮ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳ ମଞ୍ଜୁରର କରାଯାଇଛି। ବିରାଟ ବଜାରରୁ ଡମଣି ପୀଠ ପର୍ଯ୍ୟନ୍ତ ୯ କିମି ରାସ୍ତା ଉନ୍ନତିକରଣ ହେଲେ ଆଦିବାସୀ ବହୁଳ ଅଞ୍ଚଳର ଲୋକମାନେ ଉପକୃତ ହେବେl ପାହାଡ଼ିଆ ଲୋକମାନଙ୍କ ଜୀବନ ରେଖା କୁହାଯାଉଥିବା ରାସ୍ତାଟି ସଂଯୋଗ ହେବା ଦ୍ବାରା ଦୁଇ ନିର୍ବାଚନ ମଣ୍ଡଳୀ ଭିତରେ ଶାନ୍ତି, ମୈତ୍ରୀ ଓ ଯୋଗାଯୋଗ ସମ୍ପନ୍ନ ହେବl ଚୌଦ୍ବାର-କଟକ ବିଧାୟକ ସୌଭିକ ରଞ୍ଜନ ବିଶ୍ବାଳଙ୍କ ପୌରାହିତ୍ୟରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଚୌଦ୍ଵାର ପୌରାଧ୍ୟକ୍ଷା ମାନସୀ ସ୍ବର୍ଣ୍ଣପ୍ରଭା ସାମଲ ଯୋଗଦେଥିଲେl
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023