oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଷ୍ଟାର୍ଟଅପ ଉପରେ ପଡିଲା ଲକଡାଉନର ହାତୁଡି, ଜାଣନ୍ତୁ ବନ୍ଦ ହେଲେ କେତେ କମ୍ପାନୀ

15/06/2020 at 5:39 PM

ନୂଆଦିଲ୍ଲୀ ୧୫।୬:  କରୋନା ଭାଇରସ୍ ଲକଡାଉନ୍‌ ଯୋଗୁ ଅର୍ଥବ୍ୟବସ୍ଥା ଗୁରୁତର ପ୍ରଭାବିତ ହେବ ବୋଲି ସମସ୍ତେ ଆକଳନ କରିଥିଲେ। ହେଲେ କେତେପରିମାଣର ପ୍ରଭାବିତ ହେବ ତାହା କିନ୍ତୁ କେହି ଆକଳନ କରିନଥିଲେ। ତେବେ ଏଥିରେ କରାଯାଇଥିବା ଏକ ତାଜା ସର୍ଭେରୁ ଲକଡାଉନ୍‌ ଯୋଗୁ ଷ୍ଟାର୍ଟଅପ ବିଜନେସ୍ ବିପୁଳ କ୍ଷତିର ସମ୍ମୁଖୀନ ହୋଇଥିବା ଜଣାପଡିଛି। ଫଳରେ ୪ ପ୍ରତିଶତ ଷ୍ଟାର୍ଟଅପ ବନ୍ଦ ହୋଇ ସାରିଥିବା ବେଳେ ବାକି ଷ୍ଟାର୍ଟଅପମାନେ ଗୁରୁତର ନଗଦ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ଲୋକାଲ ସର୍କଲ ସର୍ଭେରୁ ଏପରି ୧୬ ପ୍ରତିଶତ ସଂସ୍ଥାଙ୍କ ପାଖରେ ଅତିବେଶିରେ ୩ରୁ ୬ ମାସ ଚଳିବା ଲାଗି ବ୍ୟବସ୍ଥା ଥିବାର ଜଣାପଡିଛି। ତେବେ ୧୨ ପ୍ରତିଶତରୁ ବି ଅଧିକ ଷ୍ଟାର୍ଚଅପ ଏବେ ମାତ୍ର ଗୋଟିଏ ମାସ ଚଳିପାରିବେ କି ନା ସେ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହି ସର୍ଭେକ୍ଷଣରେ ଦେଶର ୮୪ ହଜାରରୁ ଅଧିକ ଷ୍ଟାର୍ଟଅପ୍, ଏସଏମଇ ଓ ୨୮ ହଜାରରୁ ଅଧିକ ପ୍ରତିଦ୍ୱନ୍ଦ୍ୱୀ ଭାଗନେଇଥିଲେ। ଏଥିରୁ ୪ ପ୍ରତିଶତ ଷାର୍ଟଅପ ଆର୍ଥିକ ଅନଟନରୁ ବନ୍ଦ ହୋଇଯାଇଥିବା ଜଣାପଡିଛି।

ରିପୋର୍ଟ ଅନୁସାରେ ଅନେକ ବ୍ୟବସାୟର ଆୟ ଗତ ୨ ମାସରେ ୮୦ରୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବିତ ହୋଇଛି। ଫଳରେ ଏପରି ସଂସ୍ଥା ଏବେ ବ୍ୟବସାୟ ଚାଲୁ ରଖିବା ବି ସେମାନଙ୍କ ପକ୍ଷେ ଅସମ୍ଭବ ବୋଲି କହିଛନ୍ତି।  ଏପରି ସଂସ୍ଥାମାନେ ଏବେ ନିଜକୁ ବଞ୍ଚାଇବା ଲାଗି ଏବେ ବିତରଣ ଓ ମାନବ ସମ୍ବଳ ବାବଦ ଖର୍ଚ୍ଚ ହ୍ରାସ କରିଚାଲିଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ମାତ୍ର ୩୫ ପ୍ରତିଶତ ଆଗାମୀ ୬ ମାସରେ କାରବାର ବଢିପାରେ ବୋଲି ଆଶାରେ ଥିବା ବେଳେ ବାକି ଷ୍ଟାର୍ଟଅପ ଓ ଏମଏସଏମଇ ଆଶା ଛାଡି ସାରିଥିବାର ଜଣାପଡିଛି। ସେହିପରି ସରକାର ଘୋଷଣା କରିଥିବା ପ୍ରୋତ୍ସାହନ ପ୍ୟାକେଜ୍ ସେମାନଙ୍କୁ ଏପର୍ଯ୍ୟନ୍ତ ମିଳିପାରିନଥିବା କହିଛନ୍ତି ଅଧିକାଂଶ ଷ୍ଟାର୍ଟଅପ। ତେବେ ଏଥିରୁ ନିଶ୍ଚିତ ଲାଭ ମିଳିବ ବୋଲି ମାତ୍ର ୧୪ ପ୍ରତିଶତ ଆଶାବ୍ୟକ୍ତ କରୁଥିବା ବେଳେ ବ୍ୟାଙ୍କମାନଙ୍କର ନୀତି ନିୟମକୁ ନେଇ ୫୭ ପ୍ରତିଶତ କୌଣସି ଲାଭ ମିଳିବ ନାହିଁ ବୋଲି କହିଛନ୍ତି। ତେବେ ୨୭ ପ୍ରତିଶତ ଏ ନେଇ ଏବେବି ଅନିଶ୍ଚିତତାରେ ଥିବା ଜଣାପଡିଛି।

   Related Posts