ଭୁବନେଶ୍ବର୨୦/୧: ଆଜିଠୁ ରାଜ୍ୟରେ ଲାଗୁ ହୋଇଛି ନୂଆ କୃଷିନୀତି। ଭୁବନେଶ୍ବରରେ ଆରମ୍ଭ ହୋଇଥିବା କୃଷି ଓଡ଼ିଶା ୨୦୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ କୃଷିନୀତି ଲୋକାର୍ପିତ କରିଛନ୍ତି। ଜନତା ମଇଦାନ ଠାରେ ଆରମ୍ଭ ହୋଇଥିବା ୫ ଦିନିଆ କାର୍ଯ୍ୟକ୍ରମରେ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନର କୃଷି ବିଜ୍ଞାନୀ , ବିଶେଷଜ୍ଞ, କୃଷି ଅଧିକାରୀ ଓ ୫ହଜାର ସଫଳ ଚାଷୀ ଯୋଗ ଦେଇଛନ୍ତି । ତେବେ ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟ ସରକାର କୃଷି କ୍ଷେତ୍ରରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି।
{"id":213946,"sizeSlug":"large"}ନୂଆ ଟେକ୍ନୋଲୋଜି ବ୍ୟବହାର କରି ଚାଷୀର ଉତ୍ପାଦନ ବଢାଇବା, ଅଣ ଧାନ ଚାଷ କରି ଚାଷୀର ଆୟ ବୃଦ୍ଧି କରିବା ସହିତ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଙ୍ଗ କରିବା ଉପରେ ନୂଆ କୃଷିନୀତିରେ ଗୁରୁତ୍ବ ଦିଆଯାଇଛି । କୃଷି ଓଡ଼ିଶା ୨୦୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ କୃଷିନୀତିର ଶୁଭାରମ୍ଭ କରିଛନ୍ତି । ଚାଷୀମାନେ ସ୍ବାଭିମାନର ସହ ବଞ୍ଚିବା ଏବଂ ସେମାନଙ୍କ ପରିବାର ଖୁସିରେ ରହିବା ଉପରେ ସରକାର ଗୁରୁତ୍ବ ଦେବା ସହ ଚାଷୀ ବିକାଶର ସାଥୀ ହେବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଲାଭଜନକ କୃଷି ପାଇଁ ପ୍ରୟାସ ଥିମ୍ ନେଇ ଭୁବନେଶ୍ବରେ ଆରମ୍ଭ ହୋଇଛି କୃଷି ମହୋତ୍ସବ।
{"id":213947,"sizeSlug":"large"}ଭୁବନେଶ୍ବର ଜନତା ମଇଦାନଠାରେ ଆରମ୍ଭ ହୋଇଥିବା କୃଷି ଓଡ଼ିଶା ଆସନ୍ତା ୨୪ ତାରିଖ ଯାଏଁ ଚାଲିବ । ଏଥିରେ ୨୨୮ଟି ଷ୍ଟଲ ପଡ଼ିଛି। ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ୧୧୨ ଟି କମ୍ପାନି ଭାଗ ନେଇଛନ୍ତି। ଚଳିତବର୍ଷ ମାଣ୍ଡିଆକୁ କୃଷି ଉତ୍ସବରେ ମାସ୍କଟଭାବେ ନିଆଯାଇଛି। ୨୦୧୮-୧୯ରେ ମିଲେଟ୍ ମିଶନ ମାଧ୍ୟମରେ ୧୮ଶହ କ୍ବିଣ୍ଟାଲ୍ ମାଣ୍ଡିଆ କିଣାଯାଇଛି ।
{"id":213948,"sizeSlug":"large"}କୃଷି ଓଡ଼ିଶାରେ ରାଜ୍ୟ ସରକାରଙ୍କ ଘୋଷଣା, କୃଷକଙ୍କର ଆୟ ୭ ଗୁଣ ବଢ଼ିବା ଓ କାଳିଆ ଯୋଜନାକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ସରକାର ଏକ ପ୍ରକାର ଇଭେଣ୍ଟ ମ୍ୟାନେଜମେଣ୍ଟ ଚଳାଇଥିବା ବିଜେପି କହିଛି। କଂଗ୍ରେସ କହିଛି ଗତ ୨୦୦୦ ମସିହାରୁ ଏପର୍ଯ୍ୟନ୍ତ ୫ ହଜାର ଚାଷୀ ରାଜ୍ୟରେ ଆତ୍ମହତ୍ୟା କଲେଣି, ସରକାର ଏନେଇ ଭୁଲ ରିପୋର୍ଟ ଦେଉଛନ୍ତି।କୃଷି ଉତ୍ସବରେ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ୬୩ ଜଣ ହର୍ଟିକଲଟର୍ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି