ଶୀତଦିନରେ ତ୍ଵଚା ରହିବ ମସୃଣ ଓ ଚିକ୍କଣ, କରନ୍ତୁ ଏହି ଆସନ

Published By : Prameya-News7 Bureau | January 15, 2019 IST

ଶୀତଦିନେ ବିଶେଷକରି ତ୍ଵଚାର ସମାସ୍ୟା ଦେଖାଯାଇଥାଏ । ଦେହ ପାଉଁଶିଆ ଦେଖାଯିଵା ସହିତ, ରୁକ୍ଷ ହୋଇଯାଇଥାଏ । ଗୋଡ଼ହାତ ଫାଟିଯିବା ସହିତ ଓଠ,ମୁହଁ ଆଦି ଅଙ୍ଗପ୍ରତ୍ୟେଙ୍ଗ ମଧ୍ୟ ବିବର୍ଣ୍ଣ ଦେଖାଯାଇଥାଏ ।

ତ୍ଵଚାର ଯତ୍ନନେଲେ ଏହିସବୁ ଅସୁବିଧା ହୋଇ ନଥାଏ । ଯତ୍ନ ନେବା ସହିତ କରନ୍ତୁ ଏହି ଆସନ, ଆପଣଙ୍କ ତ୍ଵଚା ଚିକ୍କଣ ଓ ମସୃଣ ମଧ୍ୟ ହୋଇଯିବ । ଏହା ସହିତ ଆହୁରି ଅନେକ ସମାସ୍ୟାର ସମାଧାନ ମଧ୍ୟ ହୋଇଯିବ ।

ତ୍ଵଚାର ଚିକ୍କଣ କରିବା ପାଇଁ କରନ୍ତୁ ହଳାସନ । ତ୍ଵଚା ସମନ୍ଧୀୟ ସମସ୍ତ ରୋଗ ହୋଇଯିବ ଦୂର ।

ହଳାସନ କରିବା ପାଇଁ ଏହି ପ୍ରକ୍ରିୟା ଅବଲ୍ବନ କରନ୍ତୁ ।

ପ୍ରଥମେ ଚିତ୍ ହୋଇ ଭୂମି ଉପରେ ଶୋଇଯାଆନ୍ତୁ । ହାତକୁ ମଧ୍ୟ ଖୋଲାରଖି ସିଧା ରଖନ୍ତୁ ।

{"id":74413}

ତା ପରେ ଆଖିବନ୍ଦ ରଖି ଶ୍ଵାସପ୍ରଶାସକୁ ୧ ମିନିଟ ଯାଏଁ ନିଅନ୍ତୁ । ଶରୀରକୁ ସନ୍ତୁଳିତ ଅବସ୍ଥାକୁ ଆଣନ୍ତୁ ।

ଗୋଡ଼କୁ ଆସ୍ତେ ଆସ୍ତେ ଉପରକୁ ଉଠାନ୍ତୁ । ଏପରିକି ଭୂମିଠାରୁ ୧୮୦ ଡ଼ିଗ୍ରି କରି ରଖନ୍ତୁ । ଯଦି କଷ୍ଟହେଉଛି ଅଣ୍ଟାକୁ ହାତ ସାହାର୍ଯ୍ୟରେ ଧରି ଏସବୁ କରିପାରିବେ ।

{"id":74414}

ହାତକୁ ଭୂମିଉପରେ ସମାନ୍ତରାଳ ଭାବରେ ରଖନ୍ତୁ ଓ ଉପରକୁ ଉଠାଇଥିବା ଗୋଡ଼କୁ ମୁଣ୍ଡଆଡ଼କୁ ଆଣି ଭୂମି ଉପରେ ଲଗାନ୍ତୁ ।

{"id":74415}

ଏହି ଅବସ୍ଥାରେ ୫ମିନିଟ ପର୍ଯ୍ୟନ୍ତ ରୁହନ୍ତୁ । ଯଦି ଅଧିକ ସମୟ ଏହି ଅବସ୍ଥାରେ ରହିପାରୁନାହାଁନ୍ତି, ତାହେଲେ ଧିରେ ଧିରେ ଅଭ୍ୟାସ କରନ୍ତୁ ।

ଏହି ଆସନ କରିବା ଦ୍ଵାରା ଶରୀର ସୁସ୍ଥ  ରହିବା ସହିତ ତ୍ଵଚାକୁ ମଧ୍ୟ ଚିକ୍କଣ ରଖିବ ।

 ତ୍ଵଚାକୁ ଏହି ଆସନ ଚିକ୍କଣ ରଖିବା ସହିତ ମାଂଶପେଶୀକୁ ଟାଣ କରିଥାଏ । ଆହୁରି ମଧ୍ୟ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ମେନୋପୋଜରେ ଶିକାର ମହିଳାଙ୍କୁ ଏହି ଆସନ ଋତୁସ୍ରାବ ସନ୍ତୁଳିତ କରିବାର ସାହାର୍ଯ୍ୟ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.