ରୋହିତଙ୍କ ‘ଗୋପନୀୟତାରେ ହସ୍ତକ୍ଷେପ’ ଅଭିଯୋଗ ଉପରେ ଷ୍ଟାର ସ୍ପୋର୍ଟ୍ସର ବୟାନ, କହିଲା-କଥାବାର୍ତ୍ତାର କୌଣସି ଅଡିଓ...

Published By : Prameya-News7 Bureau | May 20, 2024 IST

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ବ୍ରଡକାଷ୍ଟର ଷ୍ଟାର ସ୍ପୋର୍ଟ୍ସ ସୋମବାର ରୋହିତ୍ ଶାର୍ମାଙ୍କ ସହ ଜଡ଼ିତ କୌଣସି ବ୍ୟକ୍ତିଗତ କଥାବର୍ତ୍ତାର ଅଡିଓ ପ୍ରସାରଣକୁ ଖଣ୍ଡନ କରିଛି । ଭାରତୀୟ ଅଧିନାୟକ ଚ୍ୟାନେଲ୍ ଉପରେ ରେକର୍ଡିଂ ରୋକିବା ଅନୁରୋଧ କରିବା ସତ୍ତ୍ୱେ ତାଙ୍କ ବ୍ୟକ୍ତିଗତ ଗୋପନୀୟତା ଉଲ୍ଲଂଘନର ଅଭିଯୋଗ ଆଣିଥିଲେ । ରୋହିତ୍ ଶର୍ମାଙ୍କୁ ଏକ ଆଇପିଏଲ ମ୍ୟାଚ୍ ପରେ କୋଲକାତା ନାଇଟ୍ ରାଇଡର୍ସର ଅଭିଷେକ ନାୟରଙ୍କ ସହ କଥା ହେବା ବେଳେ ତାଙ୍କ ରେକର୍ଡିଂ କରୁଥିବା ପ୍ରସାରକକୁ ଅଡିଓ ବନ୍ଦ କରିବା ପାଇଁ କହୁଥିବା ଦେଖିବାକୁ ମିଳିଥିଲା । ରବିବାର ସେ ଚ୍ୟାନେଲ ଉପରେ ବ୍ୟକ୍ତିଗତ କଥାବର୍ତ୍ତା ପ୍ରସାରଣ କରୁଥିବା ଅଭିଯୋଗ ଆଣିଥିଲେ ।

ଚ୍ୟାନେଲ ସୋମବାର ବୟାନର ଅଭିଯୋଗକୁ ଖଣ୍ଡନ କରିଛି । ଚ୍ୟାନେଲ କହିଛି, 'ୱାନଖଡ଼େ ଷ୍ଟାଡିୟମରେ ମେ ୧୬ରେ ଟ୍ରେନିଂ ସେସନ ବେଳେ ନିଆଯାଇଥିବା କ୍ଲିପରେ, ଯେଉଁଥି ପାଇଁ ଷ୍ଟାର ସ୍ପୋର୍ଟ୍ସ ପାଖରେ ଅଫିସିଆଲ୍ ଅନୁମତି ଥିଲା, ବରିଷ୍ଠ ଖେଳାଳିଙ୍କ ପଡ଼ିଆରେ ସାଥୀଙ୍କ ସହ କଥାବର୍ତ୍ତା ହେଉଥିବା ପ୍ରସାରିତ କରାଯାଇଥିଲା । ଏହି ଆଲୋଚନାର କୌଣସି ଅଡିଓ ରେକର୍ଡ ପ୍ରସାରିତ କରାଯାଇ ନାହିଁ । କ୍ଲିପରେ କେବଳ ସିନିୟର ଖେଳାଳିଙ୍କୁ ନିଜ କଥାବର୍ତ୍ତାର ଅଡିଓ ରେକର୍ଡ ନକରିବା ଅନୁରୋଧକୁ ପ୍ରସାରିତ କରାଯାଇଥିଲା ଯାହାକୁ ଷ୍ଟାର ସ୍ପୋର୍ଟ୍ସର ମ୍ୟାଚ୍ ପୂର୍ବ ପ୍ରସ୍ତୁତିର ସିଧା ପ୍ରସାରଣରେ ଦେଖାଯାଇଥିଲା । ଏହା ବ୍ୟତୀତ ଏହାର କୌଣସି ସମ୍ପାଦକୀୟ ପ୍ରାସଙ୍ଗିକତା ନଥିଲା ।'

ଏହି କଥାବର୍ତ୍ତାର ଅଡିଓକୁ ନାଇଟ ରାଇଡର୍ସ ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରିଥିଲା । ଏହାପରେ ମୁମ୍ୱାଇ ଇଣ୍ଡିଆନ୍ସ ସହ ରୋହିତଙ୍କ ଭରିଷ୍ୟତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ବିବାଦ ପରେ ନାଇଟ୍ ରାଇଡର୍ସ ଏହାକୁ ହଟାଇ ଦେଇଥିଲା । ରୋହିତ ରବିବାର କହିଥିଲେ, ଏକ୍ସକ୍ଲୁସିଭ୍ ସାମଗ୍ରୀ ପାଇବା ଏବଂ କେବଳ ଭ୍ୟୁ ଉପରେ କେନ୍ଦ୍ରିତ କରିବା ଦ୍ୱାରା ଦିନ ପ୍ରଶଂସକ, କ୍ରିକେଟର ଏବଂ କ୍ରିକେଟ୍ ମଧ୍ୟର ବିଶ୍ୱାସ ଭାଙ୍ଗିଯିବ । 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.