ବର୍ଣ୍ଣ ବୈଷମ୍ୟକୁ ନେଇ ଷ୍ଟାର ପ୍ଲସ୍‌ ଆଣୁଛି ନୂଆ ଶୋ' 'ୟେ ଝୁକି ଝୁକି ସି ନଜର', ସେୟାର ହେଲା ପ୍ରୋମୋ..

Published By : Prameya-News7 Bureau | March 03, 2022 IST

ନୂଆଦିଲ୍ଳୀ ୦୩।୦୩ : ଝିଅମାନଙ୍କ ରଙ୍ଗଭେଦକୁ ନେଇ କାହାଣୀ ଗୁଡ଼ିକ ଦୁନିଆ ପାଇଁ ନୂଆ ନୁହେଁ। ସମଗ୍ର ବିଶ୍ୱରେ ଏହା ବିରୋଧରେ ଅନେକ ସ୍ୱର ଉତ୍ତୋଳନ କରାଯାଉଛି। ଏହି ସବୁକୁ ନେଇ ଟିଭିରେ ଅନେକ ସିରିଏଲ୍ ଏବଂ ଫିଲ୍ମ ମଧ୍ୟ ପ୍ରସ୍ତୁତ ହୋଇଛି । କିନ୍ତୁ ବର୍ତ୍ତମାନ ଷ୍ଟାର୍ ପ୍ଲସ୍, ନ୍ୟୁ -ଏଜ୍‌- ପ୍ରଡକ୍ସନ୍ ହାଉସ୍ ଏଲଏଲପି ସହିତ ମିଶି ଦର୍ଶକଙ୍କ ପାଇଁ “ୟେ ଝୁକି ଝୁକି ସି ନଜର୍” ନାମକ ଏକ ନୂଆ ଧାରାବାହିକ ଶୋ' ଆଣିଛନ୍ତି । ଯାହା ଝିଅମାନଙ୍କ ରଙ୍ଗଭେଦ ତଥା କଳା ଗୋରା ବିରୋଧରେ ଏକ କାହାଣୀକୁ ଦର୍ଶାଯାଇଛି।

ଷ୍ଟାର ପ୍ଲସର ନୂଆ ଶୋ’ର ପ୍ରୋମୋ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ଏହି ଶୋ’ରେ ଅଭିନେତା ଅରମାନ (ଅଙ୍କିତ ସିୱାଚ୍) ଭୂମିକାରେ ନଜର ଆସିଥିବା ବେଳେ ଅଭିନେତ୍ରୀ ଭାବରେ ସ୍ବାତୀ ରାଜପୁତ (ଦିୟା) ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ। ଦୁହେଁ ନିଜର ନୂଆ ଶୋକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି । ଦୁହେଁ ଏହି ଶୋ'କୁ ନେଇ କହିଛନ୍ତି କି- ଏହା ସମାଜ ଏବଂ ଚ୍ୟାନେଲ୍‌ ପାଇଁ ପ୍ରେରଣାଦାୟୀ । ଏହି ଶୋ' ଦେଖିଲେ ବୋଧ ହୁଏ ସମସ୍ତଙ୍କ ଚିନ୍ତାଧାରା ମଧ୍ୟ ବଦଳିବ।

wp:html
/wp:html

ତେବେ ସେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି କି ଅଙ୍କିତ୍‌ଙ୍କ ଚରିତ୍ର ନଜର ଆସିଥିବା ଅରମାନ ବିବାହକୁ ଆସିଥିବା ବେଳେ ଗୋଟେ ଝିଅକୁ ଦେଖୁଛନ୍ତି । ଯିଏକି ଦେଖିବାକୁ ଶ୍ୟାମଳି ହେଲେ ଗୁଣରେ ବହୁତ ସାହାଯ୍ୟକାରୀ । ଯେମିତିକି ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛି । ହେଲେ ଅଭିନତାଙ୍କ ମାଆ ତାଙ୍କ ଘର ପାଇଁ ଏକ ଭଦ୍ର ଏବଂ ସୁନ୍ଦର ବୋହୂ ଖୋଜୁଛନ୍ତି। ଏଥିପାଇଁ ସେ ସେହି ଶ୍ୟାମଳୀ ରଙ୍ଗର ଭଉଣୀ ସହିତ ତାଙ୍କ ପୁଅ ପାଇଁ ପ୍ରସ୍ତାବ ଆଣନ୍ତି । କିନ୍ତୁ ତାଙ୍କ ପୁଅର ହୃଦୟରେ କେବଳ ସେହି ଝିଅ ହିଁ ପସନ୍ଦ ଆସିଛି । ତେବେ ଦେଖିବାକୁ ପଡିବ ଏହି  କାହାଣୀଟିରେ ଆଗକୁ କଣ ଘଟିବ । ବର୍ତ୍ତମାନ ଏହି ଶୋ' ଟିଆରପି ଲିଷ୍ଟର ୧ନଂରେ ରହିଛି ଏବଂ ସିରିଏଲ୍‌ଟି ଦର୍ଶକଙ୍କୁ ପସନ୍ଦ ଆସିବା ସହ ବହୁତ କିଛି ଶିଖାଇବ ବୋଲି କୁହାଯାଉଛି। ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.