ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଷ୍ଟାର ପ୍ରଚାରକଙ୍କ ପ୍ରଚାର

Published By : Prameya-News7 Bureau | April 09, 2019 IST

ବୀରମହାରାଜପୁର ୯|୪ : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ଧୂଆଁଧାର ପ୍ରଚାର ଚାଲିଛି । ବିଜେଡିର ଷ୍ଟାର ପ୍ରଚାରକ ପଦ୍ମନାଭ ବେହେରା ଗାଁ ଗାଁରେ ପଦଯାତ୍ରା କରୁଛନ୍ତି । ପ୍ରତିଟି ଗାଁରେ ପଥପ୍ରାନ୍ତ ସଭା ସମିତି ଆୟୋଜନ କରି ଭୋଟରମାନଙ୍କୁ ବିଜେଡିକୁ ଭୋଟ୍ ଦେବା ପାଇଁ ଅନୁରୋଧ କରୁଛନ୍ତି । ବିନିକା ବ୍ଲକ୍ ଅଏଁଲାମୁଣ୍ଡାରେ ପଦଯାତ୍ରା କରିବା ସହିତ ଗାଁର ବିଭିନ୍ନ ସମସ୍ୟା ଉପରେ ଭୋଟରମାନଙ୍କ ସହିତ ଆଲୋଚନା କରିଛନ୍ତି  ।

{"id":101629}

ସେପଟେ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ମଧ୍ୟ ପ୍ରଚାର ଜୋରଦାର କରିଛି । ବିଧାୟକ ପ୍ରାର୍ଥୀ ଅଶୋକ ପୂଜାରୀ ସହରର ପ୍ରତିଟି ୱାର୍ଡରେ ଦ୍ବାରରୁ ଦ୍ବାର ବୁଲି ଭୋଟ୍ ପ୍ରଚାର କରିଥିବା କେନ୍ଦ୍ର ସରକାରଙ୍କ ବିକାଶମୂଳକ ଯୋଜନା ସଂପର୍କରେ ଜନସାଧାରଣଙ୍କୁ ଅବଗତ କରୁଛନ୍ତି । ସଦର ପୌର ପରିଷଦ ଅଧିନରେ ଥିବା ଆମ୍ବେଦକର ଛକ, ଥନାପତି ପଡା ଛକ, ଭଗବତୀ ପ୍ଲଟ୍ ତଥା ବ୍ଳକ ଛକ ଆଦି ଜାଗା ଗୁଡିକରେ ନିର୍ବାଚନୀ ସଭା କରି ବିଜେପିର ଲୋକସଭା ପ୍ରାର୍ଥୀନୀ ସଂଗୀତା ସିଂଦେଓ ଓ ତାଙ୍କ ପାଇଁ ଭୋଟ୍s ଭିକ୍ଷା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.