ନୂଆଦିଲ୍ଲୀ: ଚଳିତ ବର୍ଷ ଷ୍ଟାଣ୍ଡଫୋର୍ଡ ୟୁନିଭର୍ସିଟି ରାଙ୍କିଂ ୨୦୨୨ରେ ପୁଣେରୁ ପାଖାପାଖି ୫୦ ଜଣ ବୈଜ୍ଞାନିକ ବିଶ୍ୱର ଶୀର୍ଷ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଛନ୍ତି। ଇଣ୍ଟର ୟୁନିଭର୍ସିଟିର ସେଣ୍ଟର ଫର ଆଷ୍ଟ୍ରୋନୋମୀ ଆଣ୍ଡ ଆଷ୍ଟୋଫିଜିକ୍ସର ସୈଦ୍ଧାନ୍ତିକ ଭୌତିକ ବିଜ୍ଞାନୀ ଦିମ୍ବଗତ ଡ. ତନୁ ପଦ୍ମନାଭନ ଭାରତରେ ପ୍ରଥମେ ସ୍ଥାନରେ ରହିଛନ୍ତି।
ସେହିପରି(PURE) ଡ. ସୁନ୍ଦୀପ ସାଲବୀ, କେଇଏମ୍ ହସପିଟାଲର ମଧୁମେୟ ବିଶେଷଜ୍ଞ ଚିତ୍ତରଞ୍ଜନ ୟାଗନିକ, ଡି. ବିରୋଜ ୱିୱାନିକତ ଆଦି ଏହି ତାଲିକାରେ ସ୍ଥାନ ପାଇଛନ୍ତି। ସେହିପରି ଶ୍ୱସନ ସମ୍ପର୍କିତ ଔଷଧ(ରେସ୍ପୋରେଟୋରୀ ମେଡିସିନ)ରେ ସାଲ୍ଭୀ ୪୭,୯୭୦ ରେସ୍ପୋରେଟୋରୀ ସାଣ୍ଟିଷ୍ଟଙ୍କ ମଧ୍ୟରେ ୫୦ ରେଙ୍କ ପାଇଛନ୍ତି। ଏନେଇ ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଶୀର୍ଷ ୫୦ ବୈଜ୍ଞାନିକଙ୍କ ତାଲିକାରେ ସ୍ଥାନ ପାଇଁ ଗୌରାବନ୍ୱିତ ମନେ କରୁଛି। ଭାରତରେ ଶୀର୍ଷ ୧୯ ଜଣ ରେସ୍ପୋରାଟୋରୀ ବୈଜ୍ଞାନିକ ଅଛନ୍ତି। ସେମାନଙ୍କ ମଧ୍ୟରୁ ରିତେଶ ଅଗରୱାଲ, ଅନୁରାଗ ଅଗରୱାଲ, ଜରିର ଉଦ୍ୱାଦିଆ, ରଣଦୀପ ଗୁଲେରିଆ ଏବଂ ଅନ୍ୟମାନେ ଅଛନ୍ତି ଆଦି ସ୍ଥାନ ପାଇଛନ୍ତି ବୋଲି ଡ ସାଲଭୀ କହିଛନ୍ତି।
ସୂଚନା ଅନୁସାରେ ବିଶ୍ୱର ୨୦୦,୪୦୯ ବୈଜ୍ଞାନିକ ଟପ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଭାରତରୁ ବିଭିନ୍ନ ବିଭାଗରେ ମାତ୍ର ୩୭୯୬ ବୈଜ୍ଞାନିକ ସ୍ଥାନ ପାଇଛନ୍ତି। ପୁଣି ୫୦ ବୈଜ୍ଞାନିକ କେବଳ ପୁଣେରୁ ୧୬ ଏନ୍ଏଲ୍ରୁ, ୧୫ ଏପିପିୟୁରୁ, IUCAA ୬, IUCAAରୁ ୫ ବୈଜ୍ଞାନିକ ସ୍ଥାନ ପାଇଥିବା ବେଳେ ଅନ୍ୟାନ୍ୟ ସଂସ୍ଥାନରୁ ବୈଜ୍ଞାନିକମାନେ ସ୍ଥାନ ପାଇଛନ୍ତି।