ନୂଆଦିଲ୍ଲୀରେ ଚାଲିଛି ଆନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଙ୍ଗ କମିଟି ବୈଠକ
25/05/2018 at 10:46 AM

ନୁଆଦୀଲ୍ଲିର ବିଜ୍ଞାନ ଭବନରେ ଆରମ୍ଭ ହୋଇଛି ଆନ୍ତଃରାଜ୍ୟ ପରିଷଦ ଷ୍ଟାଣ୍ଡିଂ କମିଟିର ତ୍ରୟୋଦଶ ବୈଠକ । କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବସିବ ବୈଠକ ପୂର୍ବାହ୍ନ ସାଢେ 11 ୩୦ ଟା ରୁ ବୈଠକ ଚାଲିଛି।କେନ୍ଦ୍ର ରାଜ୍ୟ ମଧ୍ୟରେ ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବୈଠକରେ ଚର୍ଚ୍ଚା ହେବ। ଆନ୍ତଃରାଜ୍ୟ ସମସ୍ୟା ସମ୍ବନ୍ଧରେ ଗଠିତ କମିଟିର ଦୁଇଟି ଭଲ୍ୟୁମ 6 ଏବଂ 7 ସଂପର୍କରେ ବୈଠକରେ ଚର୍ଚ୍ଚା ହେବ। ଏହି ଷ୍ଟାଣ୍ଡିଂ କମିଟି ବୈଠକରେ ପରିବେଶ,ପ୍ରାକୃତିକ ସଂପଦ, ଭିତ୍ତିଭୂମି ବିକାଶ,ସାମାଜିକ ଓ ଅର୍ଥନୈତିକ ବିକାଶ, ନୀତି ନିର୍ଦ୍ଦାରାଣ ଓ ସୁଶାସନ ଭଳି ଏଜେଣ୍ଡା ଉପରେ ଚର୍ଚ୍ଚା ହେବ।ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା ଯ଼ୋଗ ଦେଇଛନ୍ତି। ବୈଠକରେ ଅର୍ଥ ସଚିବ ତୁହିନ କାନ୍ତ ପାଣ୍ଡେ,ଗୃହ ସଚିବ ଅସିତ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଛନ୍ତି।