ଖାଦ୍ୟ ସାମଗ୍ରୀ ବଣ୍ଟନ ବେଳେ ଦଳାଚକଟା, ୧୫ ମହିଳାଙ୍କ ସମେତ ୨୦ମୃତ
18/02/2020 at 10:56 AM

ନାଇଜେରିଆ ୧୮।୦୨: ଦଳାଚକଟାରେ ୨୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ୧୫ଜଣ ମହିଳା ଓ ୫ଜଣ ଶିଶୁ ଥିବା ଜଣାପଡିଛି। ଆଫ୍ରିକୀୟ ଦେଶ ନାଇଜେରିଆରେ ଘଟିଛି ଅଘଟଣ ।

ସୂଚନାଯୋଗ୍ୟ ଯେ, ନାଇଜେରିଆର ଦିଫା କ୍ଷେତ୍ରରେ ଯୁବ ଏବଂ ସାସ୍କୃତିକ କେନ୍ଦ୍ରରେ ଶରଣାର୍ଥୀମାନଙ୍କୁ ମାଗଣାରେ ଭୋଜନ ଓ ଟଙ୍କା ବଣ୍ଟାଯାଉଥିଲା । ହଜାର ହଜାର ସଂଖ୍ୟାରେ ଭିଡ ଗଦା ହେବାକୁ ଲାଗିଥିଲେ । ବଣ୍ଟା ହେବାକୁ ଥିବା ସାମଗ୍ରୀ ମଧ୍ୟରେ ଖାଇବା ତେଲ, କପଡା, ଟଙ୍କା ଓ କିଛି ଖାଦ୍ୟ ସାମଗ୍ରୀ ।

ଭିଡରେ ଥିବା ପ୍ରଥମ ବ୍ୟକ୍ତି ଯେପରି ବଣ୍ଟାଯାଇଥିବା ସାମଗ୍ରୀ ନେଇଛନ୍ତି । ସେହି ସମୟରେ ପଛରେ ଥିବା ଲୋକମାନେ ଏକାସମୂହରେ ଦୌଡି ଚାଲିଆସିଥିଲେ । ତେବେ ଦୌଡାଦୌଡିରେ ମହିଳା ଓ ଶିଶୁମାନଙ୍କ ଉପରେ ଚଢି ସେମାନେ ଖାଦ୍ୟ ସାମଗ୍ରୀ ଓ ଟଙ୍କା ନେବାକୁ ଆସିଥିଲେ ।

ଯାହାଫଳରେ କି ଦଳଚକଟାରେ ୧୫ଜଣ ମହିଳା ଓ ୫ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ତେବେ ଆହତ ଥିବା କିଛି ଲୋକଙ୍କ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଦିଫା ଅଞ୍ଚଳର ଗଭର୍ଣ୍ଣର ମେଡିକାଲ ଯାଇ ଆହତମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ସବିଶେଷ ତଥ୍ୟ ନେଇଛନ୍ତି ।