ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଜନସଭାରେ ଅଘଟଣ, ଦଳାଚକଟାରେ ୩ ମୃତ, ଅନେକ ଆହତ

Published By : Prameya-News7 Bureau | January 01, 2023 IST

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଜନସଭାରେ ରବିବାର ପୁଣି ଏକ ବଡ଼ ଧରଣ ଅଘଟଣ ଘଟିଛି । ଦଳାଚକଟାରେ ବର୍ତ୍ତମାନ ସୁଦ୍ଧା ତିନି ଜଣଙ୍କ ମୃତ୍ୟୁ ନେଇ ଖବର ଆସିଥିବା ବେଳେ ଅନେକ ଆହତ ଅଛନ୍ତି । ଏହାର କିଛି ଦିନ ପୂର୍ବରୁ ନେଲ୍ଲୋରେ ମଧ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ଜନସଭାରେ ଦଳାଚକଟା ଯାଗୁଁ ଆଠ ଜଣଙ୍କ ଜୀବନ ଯାଇଥିଲା ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗୁଣ୍ଟୁରର ଜନସଭରୁ ଯିବା ପରେ ଏଠାରେ ଦଳାଚକଟା ଆରମ୍ଭ ହୋଇଥିଲା । ଏଥିରେ ଆହତ ଲୋକଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାସନ କିଟ୍ ବିତରଣ ପାଇଁ ଡିଟିପି ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଠାକୁ ବଡ଼ ସଂଖ୍ୟାରେ ଲୋକେ ପହଞ୍ଚିଥିଲେ ।

ଏହା ପୂର୍ବରୁ ଡିସେମ୍ୱର ୨୮ରେ ଆନ୍ଧ୍ର ପ୍ରଦେଶର ନେଲ୍ଲୋର ଜିଲ୍ଲାର କାଣ୍ଡୁକୁରରେ ତେଲୁଗୁ ଦେଶମ ପାର୍ଟି ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦଳାଚକଟାରେ ଆଠ ଜଣଙ୍କ ମୃତ୍ୟୁ ହୋଇଥିଲା । ବିରୋଧୀ ନେତା ଏନ.ଚନ୍ଦ୍ରବାବୁ ନାଇଡୁ ବୁଧବାର ଏକ ରୋଡ ଶୋକୁ ସମ୍ୱୋଧିତ କରିବା ସମୟରେ କେନାଲରେ ପଡି କିଛି ଜଣଙ୍କ ଜୀବନ ଯାଇଥିଲା । ଘଟଣାରେ ମୃତକଙ୍କ ପାଇଁ ୧୦ ଲକ୍ଷ ଲେଖାଏ ଅନୁକମ୍ପା ରାଶି ଘୋଷଣା କରାଯାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.