ଗାୟତ୍ରୀ ଯଜ୍ଞ ସମୟରେ ଦଳାଚକଟା; ୨ ମହିଳାଙ୍କ ମୃତ୍ୟୁ, ୫ ଗୁରୁତର

Published By : Prameya-News7 Bureau | November 03, 2023 IST

ପାଟଣା: ଗାୟତ୍ରୀ ଯଜ୍ଞବେଳେ ହେଉଥିବା ହୋମ ସମୟରେ ଠେଲା ପେଲା ଦଳାଚକଟା। ଏଥିରେ ୨ ଜଣକ ମୃତ୍ୟୁ ହୋଇଥିବାବେଳେ ପାଞ୍ଚଜଣ ମହିଳା ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ବିହାର ଛପରାରେ। ମୃତ ଦୁଇ ମହିଳା ଔରଙ୍ଗାବାଦ ଜିଲ୍ଲାର।

ସୂଚନା ଅନୁଯାୟୀ, ଦରିୟାପୁରର ମସ୍ତିଚକ ଅଞ୍ଚଳରେ ହେଉଥିବା ଗାୟତ୍ରୀ ମହାଯଜ୍ଞ ସମୟରେ ହୋମ ଆହୁତି ଦେବା ପାଇଁ ପ୍ରବଳ ଭିଡ଼ ହୋଇଥିଲା। ସକାଳେ ଯଜ୍ଞଶାଳା ଖୋଲିବା ପରେ ଭିଡ଼ ଅନିୟନ୍ତ୍ରିତ ହୋଇଥିଲା। ଏହି ସମୟରେ ଠେଲା ପେଲା ହୋଇଥିଲା। ଫଳରେ ଦୁଇ ମହିଳା ତଳେ ପଡ଼ିଯାଇଥିଲେ।

ମହାଯଜ୍ଞ ପାଖରେ ଥିବା ଲୋକେ ଯେତେବେଳେ ସେମାନଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ସେତେବଳେ ଦଳଚକଟା ହୋଇଥିଲା। ଆଉ ଦଳାଚକଟାରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଆଉ କିଛି ମହିଳା ଗୁରୁତର ଆହତ ହୋଇଥିଲେ।

ଆହୁରି ପଢ଼ନ୍ତୁ: କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ୍‌-ବାଇକ୍‌ ମୁହାଁମୁହିଁ ଧକ୍କାରେ ୫ ମୃତ

ଘଟଣାର ସୂଚନା ମିଳିବା ପରେ ପୋଲିସ୍‌ ପହଞ୍ଚିଥି ପରସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲେ। ପରେ ମହାଯଜ୍ଞ ପୁଣି ଆରମ୍ଭ ହୋଇଥିଲା । ମୃତ ମହିଳାଙ୍କ ପରିଚୟ ମଧ୍ୟ ମିଳିଛି। ସେମାନେ ଔରଙ୍ଗାବାଦ ଜିଲ୍ଲାର ଦାଉଦନଗର ଓ୍ବାର୍ଡ-୨୧ର ୬୦ ବର୍ଷୀୟ ରାମକଳୀ ଦେବୀ ଏବଂ କନାପକର ୫୫ ବର୍ଷୀୟ ପାର୍ବତୀ ଦେବୀ।

ସୂଚନାଥାଉକି, ଛପରାରେ ଆୟୋଜିତ ଏହ ମହାଯଜ୍ଞର ଆୟୋଜକଙ୍କ କହିବା ଅନୁଯାୟୀ, ଏଠାରେ ଭାରତର ସବୁଠୁ ବଡ଼ ଗାୟତ୍ରୀ ମହାଯଜ୍ଞ ଆୟୋଜିତ କରାଯାଉଛି। ଏଠାରେ ୨୫୧ ହୋମ କୁଣ୍ଡର ତିଆରି କରାଯାଇଛି। ଆଉ ଶୁକ୍ରବାର ଏହାର ଅନ୍ତିମ ଦିନ ଥିଲା। ପୋଲିସ୍‌ କହିଛି ଦୁଇ ମହିଳା ଅସୁସ୍ଥ ଥିଲେ ଫଳରେ ଭିଡ଼ ଭିତରେ ପଡ଼ିଯାଇଥିଲେ ଆଉ ତାଙ୍କୁ ଅଧିକ ଆଘାତ ଲାଗିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.