ଚନ୍ଦ୍ରବାବୁ ନାଇଡ଼ୁଙ୍କ ରୋଡ ଶୋ’ରେ ଦଳଚକଟା, ୭ କର୍ମୀ ମୃତ…
28/12/2022 at 11:13 PM

ନୂଆଦିଲ୍ଲୀ ୨୮/୧୨: ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ରୋଡ୍ ଶୋ’ ରେ ଦଳଚକଟା। ନେଲ୍ଲୋର ଜିଲ୍ଲା କାନ୍ଦୁକୁରରେ ବୁଧବାର ତେଲୁଗୁ ଦେଶମ୍ ପାର୍ଟି (TDP) ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କ ଏକ ରୋଡ ଶୋ’ ରେ ଦଳଚକଟାରେ ୭ ଜଣକ ମୃତ୍ୟୁ ହୋଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ରୋଡ୍ ସୋ’ ସମୟରେ କିଛି ଲୋକ ଏକ ସ୍ବେରେଜ୍ କେନାଲରେ ପଡ଼ିଯାଇଥିଲେ। ଯେଉଁଥିରେ ତିନି ଜଣକର ଘଟଣାସ୍ଥଳରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା। ୨ ଜଣକୁ ହସ୍ପିଟାଲ ନେବା ସମୟରେ ମୃତ୍ୟୁ ହୋଇଥିଲା ଏବଂ ଆଉ ଦୁଇ ଟିଡିପି କର୍ମୀ ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି।
ସେପଟେ ଚନ୍ଦ୍ରବାବୁ ନାଇଡୁ ହସ୍ପିଟାଲ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରିବୁଝିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ଏବଂ ସେମାନଙ୍କ ପିଲାଙ୍କ ଖର୍ଚ୍ଚ ଏନଟିଆର ଟ୍ରଷ୍ଟରୁ କରାଯିବା ନେଇ ଘୋଷଣା କରିଛନ୍ତି। ସେପଟେ ଚନ୍ଦ୍ରବାବୁଙ୍କ ପୁଅ ତଥା ଟିଡିପି ସାଧାରଣ ସଭାପତି ନାରା ଲୋକେଶ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ। ମୃତାହତଙ୍କ ପରିବାରଙ୍କ ପତି ଗଭୀର ସମବେଦନା ଜଣାଇଛନ୍ତି।